ମହିଳା ଚାଷୀ ପ୍ରଦର୍ଶନକାରୀଙ୍କ ଉପରେ ଚଢ଼ିଗଲା ଦ୍ରତଗାମୀ ଟ୍ରକ, ୩ ମୃତ

ଚଣ୍ଡୀଗଡ଼, ଅକ୍ଟୋବର ୨୮ : ହରିୟାଣାର ବାହାଦୁରଗଡ଼ରେ ଭୋର ସକାଳୁ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ ମହିଳା ଚାଷୀ ପ୍ରଦର୍ଶନକାରୀଙ୍କ ଉପରେ ମାଡ଼ିଯାଇଛି। ଏଥିରେ ୩ ଜଣ ବୟସ୍କ ମହିଳାଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୩ ଜଣଙ୍କର ଅବସ୍ଥା ଗୁରୁତର ରହିଛି। 

gpkandhamal

ସୂଚନା ଅନୁସାରେ ଆଜି ସକାଳ ୬ଟାରେ ଝଜ୍ଜର ରୋଡରେ ଏହି ଅଘଟଣ ଘଟିଛି। ବୟସ୍କ ମହିଳାମାନେ ଡିଭାଇଡରରେ ବସିଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ଟ୍ରକ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ୨ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ହସ୍ପିଟାଲରେ ପ୍ରାଣ ହାରିଥିଲେ। କିନ୍ତୁ ଦୁର୍ଘଟଣାର ସାମ୍ନା କରିଥିବା ଅନ୍ୟ ୩ ଜଣ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣାର ସାମ୍ନା କରିଥିବା ମହିଳାମାନେ ଚାଷୀ ଆନ୍ଦୋଳନରେ ସାମିଲ ଥିଲେ। ଏମାନେ ସମସ୍ତେ ପଂଜାବର ମାନସା ଜିଲ୍ଲା ନିବାସୀ ଥିଲେ। ଭୋର ସକାଳୁ ମହିଳାମାନେ ଘରକୁ ଯିବା ପାଇଁ ଅଟୋ ଅପେକ୍ଷାରେ ଥିଲେ। ସେହି ସମୟରେ ଝଜ୍ଜର ରୋଡରେ ଫ୍ଲାଇଓଭର ତଳେ ଦ୍ରୁତଗାମୀ ଟ୍ରକ ଶକ୍ତ ଧକ୍କା ଦେଇଥିଲା। ସୂଚନା ପାଇ ପୋଲିସ ଘଟଣାସ୍ଥଳକୁ ପହଂଚିଛି। 

Umasankar Adv
Leave A Reply

Your email address will not be published.