ସତର୍କ ରୁହନ୍ତୁ ବାଇକ୍‌ ଆରୋହୀ

ନୂଆଦିଲ୍ଲୀ, ଅକ୍ଟୋବର ୨୮ : ଯଦି ଆପଣ ବାଇକରେ ଯାତ୍ରା କରୁଛନ୍ତି, ତା’ହେଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ଅଳ୍ପ ଦୂର ପାଇଁ ବାଇକ ଯାତ୍ରା ଭଲ। କାରଣ ଏଥରେ କମ ଖର୍ଚ୍ଚ ହୋଇଥାଏ। ଏହା ବ୍ୟତୀତ ଟ୍ରାଫିକ ସମସ୍ୟା ମଧ୍ୟ କମ ହୋଇଥାଏ। ସରକାର ବାଇକ ଆରୋହୀଙ୍କ ପାଇଁ ପରିବର୍ତ୍ତନ କରିଛନ୍ତି। ଏହି ନିୟମ ପିଲାଙ୍କୁ ବସାଇ ଯାତ୍ରା କରିବାକୁ ନେଇ ପ୍ରସ୍ତୁତ ହୋଇଛି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଶିଶୁଙ୍କ ସୁରକ୍ଷା ଲାଗି ନୂଆ ପଦକ୍ଷେପ ନେଇଛନ୍ତି। ଏହା ଦ୍ବାରା ଶିଶୁମାନେ ଅଧିକ ସୁରକ୍ଷିତ ରହିବେ।  ନିୟମ କ’ଣ

-ନୂତନ ପ୍ରସ୍ତାବ ଅନୁସାରେ ୪ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପଛରେ ବସାଇ ନେବା ସମୟରେ ବାଇକ, ସ୍କୁଟର ଆଦିର ବେଗ ଘଣ୍ଟା ପିଛା ୪୦ କିମିରୁ ଅଧିକ ରହିବ ନାହିଁ।

Umasankar Adv

-ବାଇକ ଚାଳକ ପଛରେ ବସିଥିବା ୯ ମାସରୁ ୪ ବର୍ଷ ପର୍ଯ୍ୟନ୍ତ ଶୁଶୁକୁ କ୍ରଶ ହେଲମେଟ ପିନ୍ଧାଇବାକୁ ପଡ଼ିବ। 

gpkandhamal

-ମନ୍ତ୍ରାଳୟ ଅନୁସାରେ ବାଇକ ଚାଳକଙ୍କୁ ସୁନିଶ୍ଚିତ କରିବାକୁ ହେବ ଯେ, ୪ ବର୍ଷର କମ ଶିଶୁଙ୍କୁ ନିଜ ସାଥୀରେ ସୁରକ୍ଷିତ ଭାବେ ନେବେ। ବାଇକ ଚାଳକ ସୁରକ୍ଷିତ ହାର୍ନେସ ବ୍ୟବହାର କରିବେ। 

-ସେପ୍ଟି ହାର୍ନେସ ଶିଶୁଙ୍କୁ ପିନ୍ଧାଯାଉଥିବା ଏକ ଏଭଳି ଜ୍ୟାକେଟ, ଯାହା ସାଇକୁ ଏଡଜଷ୍ଟ କରିଥାଏ। ଏହା ପିନ୍ଧିବା ଦ୍ବାରା ଶିଶୁଙ୍କ ସୁରକ୍ଷା ବଢ଼ି ଯାଇଥାଏ। ସେଫ୍ଟି ହାର୍ନେସରେ କିଛି ଫିତା ଥାଏ, ଯାହାକି ବାହନ ଚାଳକଙ୍କ କାନ୍ଧରେ ଲାଗିଥାଏ। 

ମନ୍ତ୍ରାଳୟ ଏହି ପ୍ରସ୍ତାବ ଉପରେ ଲୋକଙ୍କ ଅଭିଯୋଗ ଓ ଆପତ୍ତି ନେଇ ପରାମର୍ଶ ମାଗିଛନ୍ତି। ସରକାର ନଭେମ୍ବର ପର୍ଯ୍ୟନ୍ତ ପରାମର୍ଶ ଦିଅନ୍ତୁ ବୋଲି କହିଛନ୍ତି। ସୂଚନା ଅନୁସାରେ ୨୦୨୩ ଜାନୁଆରୀରେ ଏହି ନୂଆ ନିୟମ ଲାଗୁ ହୋଇପାରେ। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ୨୦୧୯ ମସିହାରେ ସଡ଼କ ଦୁର୍ଘଟଣାରେ ଭାରତରେ ୧୧ ହଜାର ୧୬୮ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଅର୍ଥାତ ଦିନକୁ ୩୧ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଗତବର୍ଷ ତୁଳାନାରେ ଏହା ୧୧.୯୪ ପ୍ରତିଶତ ଅଧିକ ଥିଲା। 

Leave A Reply

Your email address will not be published.