ଆରୟନ ଡ୍ରଗ୍ସ ମାମଲାରେ ସାକ୍ଷୀ କିରଣ ଗୋସ୍ବାମୀକୁ ଠକେଇ ମାମଲାରେ ଗିରଫ କଲା ପୋଲିସ

ମୁମ୍ବାଇ, ଅକ୍ଟୋବର ୨୮ : ମୁମ୍ବାଇ ଡ୍ରଗ୍ସ କେସରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ବିବାଦୀୟ ସାକ୍ଷୀ କିରଣ ଗୋସ୍ବାମୀକୁ ପୋଲିସ ଠକେଇ ମାମଲାରେ ଗିରଫ କରିଛି। ପୁଣେ ପୋଲିସ ଗୋସ୍ବାମୀଙ୍କୁ ଗିରଫ କରିଥିବା ନେଇ ସ୍ପଷ୍ଟ କରିଛି। ଗୋସ୍ବାମୀ ଉପରେ ଏକାଧିକ ଠକେଇ ମାମଲା ରୁଜୁ ହୋଇଥିଲା ଏବଂ ଏଥିରୁ ଗୋଟିଏ ମାମଲାରେ ପୋଲିସ ତାକୁ ଖୋଜୁଥିଲା। ପୁଣେ ପୋଲିସ କହିବା ନଅୁସାରେ ଗୋସ୍ବାମୀକୁ ବିଳମ୍ବିତ ରାତ୍ରୀରେ ଗିରଫ କରାଯାଇଛି। 

gpkandhamal

କିରଣ ଗୋସ୍ବାମୀ ବିରୋଧରେ ପୁଣେସ୍ଥିତ ଫରସଖାନା ଥାନାରେ ଠକେଇ ମାମଲା ରୁଜୁ ହୋଇଥିଲା। ଏହା ୨୦୨୧୮ର ଘଟଣା। ତାଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କରାଯାଇଥିଲା। ସେ ଦୀର୍ଘ ଦିନରୁ ଫେରାର ଥିଲା। ଗୋସ୍ବାମୀଙ୍କୁ ଧରିବା ପାଇଁ ପୁଣେ ପୋଲିସର ୨ଟି ଟିମ ଉତ୍ତରପ୍ରଦେଶ ଯାଇଥିଲେ। ପୋଲିସ କହିବା ଅନୁସାରେ ୨୦୧୮ରେ କିରଣ ଗୋସ୍ବାମୀ ଓ ଶେରବାନୋ କୁରେଶୀ ପୁଣେର ଚିନ୍ମୟ ଦେଶମୁଖ ନାମରେ ଜଣେ ଯୁବକଙ୍କୁ ମାଲେସିଆରେ ଚାକିରୀ ଦେବାକୁ ଆଶା ଦେଇଥିଲେ। ଏଥି ପାଇଁ ସେମାନେ ୩ ଲକ୍ଷଟଙ୍କା ନେଇଥିଲେ। ଶେରବାନୋ କ୍ୟୁରେଶୀକୁ ଏହି ଠକେଇ ମାମଲାରେ ପୁଣେ ପୋଲିସ ଗିରଫ କରିଛି। ସୂଚନାଯୋଗ୍ୟ, କିରଣ ଗୋସ୍ବାମୀ ଆରୟନ ଖାନ ସହିତ ସେଲଫି ନେଇ ଚର୍ଚ୍ଚାକୁ ଆସିଥିଲା। 

Umasankar Adv
Leave A Reply

Your email address will not be published.