ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର, ଅକ୍ଟୋବର ୨୮ : ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ସମୁଦ୍ର ପତ୍ତନରୁ ୩.୧ କିଲୋମିଟର ଉପରେ ରହିଛି । ଏହା ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରସ୍ଥଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । 

gpkandhamal

ଏହାର ପ୍ରଭାବରେ ଆସନ୍ତା ୨୯ରୁ ୩୧ ତାରିଖ ମଧ୍ୟରେ ରାଜ୍ୟର କେତେକ ଜିଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଜଗପତି , ଗଞ୍ଜାମ , ପୁରୀ , ରାୟଗଡ଼ା , କୋରାପୁଟ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ହେବାର ସମ୍ଭାବନା ରିହିଛି । ତେବେ ଏହି ସମୟରେ ଅଭ୍ୟନ୍ତରିଣ ଓଡିଶାର ଅନେକ ସ୍ଥାନରେ ପାଗ ଶୁଖିଲା ରହିବାର ପୁର୍ବାନୁମାନ କରାଯାଇଛି ।

Umasankar Adv
Leave A Reply

Your email address will not be published.