ମହାମାରୀ ପାଇଁ ଭାରତକୁ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ

ପୁଣେ, ଅକ୍ଟୋବର ୨୯ : ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜୀତ ଡୋଭାଲ ମାରାତ୍ମକ ଭାଇରସକୁ ଜାଣିଶୁଣି ଅସ୍ତ୍ର ଭାବେ ବ୍ୟବହାର କରାଯିବାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ଏହା ବିପଦପୂର୍ଣ୍ଣ ବୋଲି କହିଛନ୍ତି। ଏହି ବିପଦରୁ ମୁକ୍ତି ପାଇବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ଏହା ବ୍ୟତୀତ ସେ ବଢୁଥିବା ସାମାଜିକ ଗଣମାଧ୍ୟମର ପ୍ରଭାବ ଓ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ମଧ୍ୟ ଚର୍ଚ୍ଚା କରିଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସ ମହାମାରୀ ପାଇଁ ଚୀନକୁ ଦାୟୀ କରାଯାଉଛି। ଅନେକ ରିପୋର୍ଟରେ ଏହା କୁହାଯାଇଛି ଯେ, ଚୀନ ଭାଇରସକୁ ଅସ୍ତ୍ର ଭାବରେ ବ୍ୟବହାର କରିଛି।  ଅଜୀତ ଡୋଭାଲ କହିଛନ୍ତି ଯେ, ଯୁଦ୍ଧର ନୂଆ କ୍ଷେତ୍ର କ୍ଷେତ୍ରୀୟ ସୀମାରୁ ହଟି ନାଗରିକ ସମାଜକୁ ଆସିଯାଇଛି। ସେ କହିଛନ୍ତି ଯେ, ବିପଦପୂର୍ଣ୍ଣ ରୋଗାଣୁକୁ ଜାଣିଶୁଣି ଅସ୍ତ୍ର ରୂପ ଦିଆଯାଇଛି। ଏହା ଗମ୍ଭୀର ଚିନ୍ତାର ବିଷୟ। ଏଥି ପାଇଁ ବ୍ୟାପକ ଭାବେ ରାଷ୍ଟ୍ରୀୟ କ୍ଷମତା ବିକସିତ କରିବା ଏବଂ ଜୈବ ସୁରକ୍ଷା ନର୍ମିତ ଉପରେ ଜୋର ଦେବାକୁ ପଡ଼ିବ। 

gpkandhamal

ପୁଣେ ଇଣ୍ଟରନ୍ୟାସନାଲ ସେଣ୍ଟର ଦ୍ବାରା ଆୟୋଜିତ ‘ପୁଣେ ଡାଇଲଗ’ରେ ବିପର୍ଯ୍ୟୟ ଏବଂ ମହାମାରୀ ଯୁଗରେ ରାଷ୍ଟ୍ରୀୟ ସୁରକ୍ଷାର ପ୍ରସ୍ତୁତି ଉପରେ ଡୋଭାଲ କହିଛନ୍ତି ଯେ, କୋଭିଡ-୧୯ ମହମାରୀ ଓ ଜଳବାୟୁ ପରିବର୍ତ୍ତନ ସବୁଠାର ବଡ଼ ବାର୍ତ୍ତା ଯେ, ସମସ୍ତଙ୍କ ଭଲ ଚିନ୍ତା ହିଁ ସମସ୍ତଙ୍କ ଜୀବନକୁ ସୁନିଶ୍ଚିତ କରିପାରିବ। 

Umasankar Adv
Leave A Reply

Your email address will not be published.