ଟିକେଟ ବୁକ୍‌ କଲେ ୫୦ ଲକ୍ଷ ଟଙ୍କା ହେବ ଲାଭ

ନୂଆଦିଲ୍ଲୀ, ଅକ୍ଟୋବର ୨୯ : IRCTC ମାଧ୍ୟମରେ ଟ୍ରେନ୍‌ ଓ ବିମାନ ଟିକେଟ୍‌ ବୁକ୍‌ କରାଯାଇ ପାରୁଛି। ଦୈନିକ ଲକ୍ଷ ଲକ୍ଷ ଲୋକ ଟ୍ରେନ୍‌ ଓ ବିମାନରେ ଯାତ୍ରା କରୁଛନ୍ତି। ପାର୍ବଣ ଋତୁରେ ଏହା ଆହୁରି ବଢ଼ି ଯାଇଥାଏ। ଆଗାମୀ ଦିନରେ ଦେଶରେ ବଡ଼ ପର୍ବ ପାଳନ ହେବ। ଆପଣ ଯଦି IRCTC ମାଧ୍ୟମରେ ଟିକେଟ ବୁକ କରିଛନ୍ତି, ତା’ହେଲେ ଆପଣଙ୍କ ପାଇଁ ଖୁସିର ଖବର ଆସିଛି। IRCTCରେ ଟିକେଟ ବୁକ କଲେ ଆପଣଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ମିଳିପାରେ। ଆସନ୍ତୁ ଜାଣିବା ପ୍ରକ୍ରିୟା କ’ଣ ରହିଛି। 

gpkandhamal

ଭାରତୀୟ ରେଳବାଇ ଖାଇବାପିଇବା ଏବଂ ପର୍ଯ୍ୟଟନ ନିଗମ (IRCTC) ନିଜର ଗ୍ରାହକଙ୍କୁ ସ୍ବତନ୍ତ୍ର ଭାବେ ବଡ଼ ଅଫର ଦେଉଛି। ଏହି ଅଫର ଜରିଆରେ ଆପଣଙ୍କୁ ବିମାନ ଟିକେଟ ବୁକ କରାଇଲେ ଆକର୍ଷଣୀୟ ରିହାତି ମିଳିପାରିବ। ଯଦି ଆପଣ IRCTC ମାଧ୍ୟମରେ ଟିକେଟ ବୁକ୍‌ କରୁଛନ୍ତି, ତା’ହେଲେ ଆପଣଙ୍କୁ ମାଗଣାରେ ୫୦ ଲକ୍ଷ ଟଙ୍କାର ବୀମା ମିଳିପାରିବ। ଏହି ଅଫର ସଂପର୍କରେ IRCTC ଟୁଇଟ କରି ସୂଚନା ଦେଇଛି। ବିଶେଷ କରି # IRCTCAir ଉପରେ ବିମାନ ଟିକେଟ ସହଜରେ ବୁକ କରାଯାଇପାରିବ। ଏଥି ପାଇଁ ସର୍ବନିମ୍ନ ୫୦ଟଙ୍କା ଶୁଲ୍କ ଲାଗିବ। 

Umasankar Adv
Leave A Reply

Your email address will not be published.