ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ଘରୁ ଲୁଟ୍‌

କଳାହାଣ୍ଡି, ଅକ୍ଟୋବର ୨୯ : ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ । ୧୦ ଭରି ସୁନାଗହଣା ସହ ୫୦ ତୋଳା ରୂପା ଓ ନଗତ ୩୦ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତି । ଏନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, କୋକସରା ଥାନା ଟେମରା ହଂସପଡା ଗାଁର ନରେନ୍ଦ୍ର ନାଏକଙ୍କ ଘରେ ବିଳମ୍ବିତ ରାତିରେ ଘର ପଛପଟେ ଥିବା ଝରକା ଗ୍ରୀଲ୍ ଭାଙ୍ଗି ଶୋଇବା କୋଠରୀରେ ଦୁବୃର୍ତ୍ତ ପଶିଥିଲେ । ଘରେ ଥିବା ୨ଟି ଗଡରେଜ ଭାଙ୍ଗି ଥିଲେ । 

gpkandhamal

ତେବେ ଗଡରେଜରେ ଥିବା ୧୦ ଭରି ସୁନାଗହଣା, ୫୦ ଭରି ରୂପା ଗହଣା ସହ ନଗଦ ୩୦ ହଜାର ଟଙ୍କା ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଗୁରୁବାମ୍ରାତିରେ ଶୋଇବା କୋଠରୀରେ କେହି ଶୋଇ ନଥିବା ଘରର ମାଲିକ କହିଛନ୍ତି । ସେପଟେ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Umasankar Adv
Leave A Reply

Your email address will not be published.