ଆଜି ଭୁବନେଶ୍ୱରରେ ପହଁଚିବ ଅମର ଯବାନ ଜ୍ୟୋତିର ସ୍ୱର୍ଣ୍ଣିମ ବିଜୟ ମଶାଲ

ଭୁବନେଶ୍ୱର, ଅକ୍ଟୋବର ୨୯ : ୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତି ପାଳନ କରାଯାଉଛି। ଏହି ଅବସରରେ ଅକ୍ଟୋବର ୨୦ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଓଡିଶାରେ ଅମର ଯବାନ ଜ୍ୟୋତିର ସ୍ୱର୍ଣ୍ଣିମ ବିଜୟ ମଶାଲ ପରିକ୍ରମା କରିବାକୁ ଥିବା ବେଳେ ଆଜି ଏହି ମଶାଲ ଭୁବନେଶ୍ୱରରେ ପହଁଚିବ। ଭୁବନେଶ୍ୱର ସ୍ଥିତ ୧୨୦ ବାଟାଲିୟନ ଷ୍ଟେସନ ମୁଖ୍ୟାଳୟ ତରଫରୁ ଓଡିଶା ସରକାରଙ୍କ ସହଯୋଗର ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜି ଆଇ.ଏନ୍.ଏସ୍ ଚିଲିକାଠାରେ ଥିବା ଏହି ବିଜୟ ମଶାଲ ଆସନ୍ତା କାଲି ଅପରାହ୍ଣ ପ୍ରାୟ ୧୨.୩୦ରୁ ୧.୩୦ ମଧ୍ୟରେ ତମାଣ୍ଡୋ ଠାରେ ଓ ୧. ୩୦ମି.ରୁ ୩ଟା ମଧ୍ୟରେ ଭୁବନେଶ୍ୱର ୧୨୦ ବାଟାଲିୟନରେ ପହଁଚିବ।

gpkandhamal

ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହା ଭୁବନେଶ୍ୱର ଓ ୪ ତାରିଖରେ କଟକରେ ରହୁଥିବା ୧୯୭୧ ଯୁଦ୍ଧରେ ଅଂଶ ଗ୍ରହଣ କରିଥିବା ବୀର ଯବାନମାନଙ୍କ ଗୃହକୁ ବିଭିନ୍ନ ସମୟରେ ଯାତ୍ରା କରିବ । ୩୦ ତାରିଖ ରାଜ ଭବନରେ ବିଜୟ ମଶାଲକୁ ସମ୍ମାନ ପ୍ରଦର୍ଶନ କରାଯିବ ଏବଂ ୩୧ ତାରିଖ ସଂଧ୍ୟାରେ ରବିନ୍ଦ୍ର ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Umasankar Adv
Leave A Reply

Your email address will not be published.