ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର, ଅକ୍ଟୋବର ୨୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପକୂଳରେ କୁଳରେ ଏହି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବ ଓଡିଶା ଉପରେ ପଡିବାର ସମ୍ଭାବନା ନାହିଁ । ତେବେ ଏହା ସହ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପାଗ ପରିବର୍ତ୍ତନ ହେବା ସହିତ ଏହି ସମୟରେ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହେବାର ପୁର୍ବାନୁମାନ କରାଯାଇଛି ।

gpkandhamal

ଗଞ୍ଜାମ,ଗଜପତି,କନ୍ଧମାଳ,ରାୟଗଡା,କୋରାପୁଟମାଲାକନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୯ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା,ଭଦ୍ରକ,ଯାଜପୁର,ବାଲେଶ୍ୱର ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଗତ କିଛି ଦିନ ମଧୟରେ ରାତି ସମରେ ତାପମାତ୍ରରେ ପରିବର୍ତ୍ତନ ଆସୁଥିବା ବେଳେ ଏବେ ଆଗାମି ୩ ରୁ ୪ ଦିନ ଏଥିରେ କୌଣସି ପରିବର୍ତ୍ତନ ନଆସିପାରେ । ଏବେ ପାଗ ମେଘୁଆ ରହିବା ପୁର୍ବାନୁମାନ କରାଯାଇଥିବାବେଳେ ଏହା ପରେ ତାପମାତ୍ରା କମିବାର ପୁର୍ବାନୁମାନ କରାଯାଇଛି ।

Umasankar Adv
Leave A Reply

Your email address will not be published.