ବିଜେଡିକୁ ଘାରିଛି କ୍ଷମତାର ଅହଂ

ଭୁବନେଶ୍ୱର, ଅକ୍ଟୋବର ୩୦ : ବିଜେଡିକୁ ଘାରିଛି କ୍ଷମତାର ଅହଂ । ପ୍ରଥମରୁ ଦୋଷି ନିଜକୁ ନିଜକୁ ନିର୍ଦ୍ଦୋଷ ବୋଲି କହିଥାଏ । ତେବେ ପରେ ତଦନ୍ତରୁ ସେ ହିଁ ଦୋଷି ବୋଲି ଦୃଢ ପ୍ରମାଣ ମିଳିଥାଏ । ଗତକାଲି ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦିର୍ଘଦିନର ନିରବତା ଭାଙ୍ଗି ଏକ ବିବୃତି ଜରିଆରେ ନିଜର ପକ୍ଷ ରଖିବା ପରେ ଆଜି ଏହିପରି ଭାବରେ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ ପକ୍ଷରୁ ବିଧାୟକ ଗଣେଶ୍ୱର ବେହେରା ଆଜି ଏକ ପ୍ରେସ୍ ମିଟ କରି ମନ୍ତ୍ରୀଙ୍କ ବିବୃତିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ମନ୍ତ୍ରୀ ଏଭଳି ବିବୃତି ଦେଇ ବୃଥା ବିଳାପ କରୁଛନ୍ତି ।

gpkandhamal

ଏହା ସହିତ ସେ କହିଛନ୍ତି ଯେ ମନ୍ତ୍ରୀ ତିନୋଟି ଗଣମାଧ୍ୟମ ନାଁ ରେ ମାନହାନୀ ମକୋଦ୍ଦମା କରିଛନ୍ତି । ଏହା କରି ସେ ଗଣମାଧ୍ୟମର କଣ୍ଠରୁଦ୍ଧ କରିବାକୁ ପ୍ରୟାସ କରିଛନ୍ତି, ଗଣମାଧ୍ୟମର ସ୍ୱାଧୀନତା ଉପରେ ଆକ୍ରମଣ କରିଛନ୍ତି ଏବଂ ଧମକ ଦେଇ ବିରୋଧୀଙ୍କୁ ଚପେଇ ଦେବାକୁ ଉଦ୍ୟମ କରୁଛନ୍ତି । ଏସବୁ ସରକାର କ୍ଷମତାର ଅହଂରେ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକୁ କଂଗ୍ରେସ ନିନ୍ଦା କରେ ବୋଲି ସେ କହିଛନ୍ତି । ମନ୍ତ୍ରୀ ନିଜେ ପୋଲିସ ବିଭାଗର ଦାଇତ୍ୱରେ ଥିବାରୁ ସ୍ୱଚ୍ଛ ତଦନ୍ତ ପାଇଁ ନିଜ ପଦବିରୁ ଇସ୍ଥଫା ଦେଇ ତଦନ୍ତ ପରିସର ଭୁକ୍ତ ହୁଅନ୍ତୁ ଏବଂ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

Umasankar Adv
Leave A Reply

Your email address will not be published.