କିଏ ହେବେ ରାଜ୍ୟର ନୂଆ ପୋଲିସ୍ ଡିଜି?

ଭୁବନେଶ୍ୱର, ଅକ୍ଟୋବର ୩୦ : ରାଜ୍ୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ପ୍ରତିଦିନ କିଛି ନା କିଛି ମାମଲାକୁ ନେଇ ରାଜ୍ୟ ପୋଲିସ୍ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି । ଅନେକ ସମୟରେ ରାଜ୍ୟ ପୋଲିସ୍ ର ପାରିବା ପଣିଆକୁ ନେଇ ମଧ୍ୟ ସମାଲୋଚନା କରାଯାଉଛି ଯାହାକୁ ନେଇ ବର୍ତ୍ତମାନ ସବୁଠାରୁ ଅଧିକ ବିବାଦୀୟ ହୋଇପଡିଛି ରାଜ୍ୟ ପୋଲିସ୍ । ବର୍ତ୍ତମାନର ପୋଲିସ୍ ଡିଜି ଅଭୟଙ୍କ କାର୍ଯ୍ୟକାଳ ସରିଆସୁଥିବା ବେଳେ ରାଜ୍ୟର ଏଭଳି ସ୍ଥିତି କାହାକୁ ହାତକୁ ପୋଲିସ୍ ବିଭାଗ ଦାୟିତ୍ୱ ଯିବ ତାକୁ ନେଇ ବଢିଛି ଆଶଙ୍କା । ଆସନ୍ତା ଡିସେମ୍ବର ୩୧ରେ ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଏବେ ଠାରୁ ପୋଲିସ୍ ମହାନିର୍ଦ୍ଦେଶକ ନିଯୁକ୍ତି ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ୧୪ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ନାମ ସୁପାରିସ୍ କରାଯାଇଛି । ଏହି ତାଲିକାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ୟୁପିଏସସି କୁ ପଠାଇବା ପରେ ଚୂଡାନ୍ତ ନାମ ଘୋଷଣା କରାଯିବ ।

ଏହି ତାଲିକାରେ ୧୯୮୬ ବ୍ୟାଚର ‘ଆଇପିଏସ୍‌’ ଅଧିକାରୀ ପ୍ରଦୀପ କପୁର ଏବଂ ବି. କେ. ଶର୍ମା, ୧୯୮୭ ବ୍ୟାଚର ‘ଆଇପିଏସ୍‌’ ଅଧିକାରୀ ସୁନୀଲ କୁମାର ବଂଶଲ୍‌, ୧୯୮୮ ବ୍ୟାଚର ‘ଆଇପିଏସ୍‌’ ଅଧିକାରୀ ଏମ୍‌. କେ. ଛାବ୍ରା, ସନ୍ତୋଷ କୁମାର ଉପାଧ୍ୟାୟ, ବିନୟାନନ୍ଦ ଝା ଏବଂ ଅରୁଣ କୁମାର ରାୟ, ୧୯୮୯ ବ୍ୟାଚର ‘ଆଇପିଏସ୍‌’ ଅଧିକାରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଏମ୍‌. ଏ. ପ୍ରସାଦ, ବି. ରାଧିକା ଏବଂ ଏସ୍‌. ଏମ୍‌. ନରୱଣେଙ୍କ ନାମ ରହିଛି ।

Umasankar Adv
Leave A Reply

Your email address will not be published.