ଦୀପାବଳିରେ ବାଣ ବିକ୍ରୟ ତଥା ବ୍ୟବହାର ଉପରେ ଆଜି ଓଡ଼ିଶା ହାଇକୋର୍ଟ ଆଜି ଅନ୍ତିମ ଶୁଣାଣି

ଭୁବନେଶ୍ୱର, ନଭେମ୍ବର ୦୧ : ରାଜ୍ୟରେ ଦୀପାବଳି ଉତ୍ସବରେ ବାଣ ବିକ୍ରୟ ତଥା ବ୍ୟବହାର ଉପରେ ନିଷେଧାଦେଶ ଉପରେ ଓଡ଼ିଶା ହାଇକୋର୍ଟ ଆଜି ଅନ୍ତିମ ଶୁଣାଣି କରିବେ । ପୁର୍ବରୁ ବାଣ ଉପରେ ରାଜ୍ୟ ସରକାର ରୋକ ନିଶେଧାଦେଶ ଲଗାଇଥିବା ବେଳେ ବେଆଇନ ବାଣ ଉତ୍ପାଦନ ଉପରେ ବିଷୟରେ ସୂଚନା ପାଇ ଆସ୍କା ପୋଲିସ ୧୦ ଲକ୍ଷ ଟଙ୍କାର ବାଣ ଜବତ କରିଛି । ଏହା ସହିତ ସରକାରୀ ନିର୍ଦ୍ଦେଶନାମା ଉଲ୍ଲଂଘନ ଅଭିଯୋଗରେ ମାଧବ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା। ପାଖାପାଖି ୧୦ ଲକ୍ଷ ଟଙ୍କା ମୂଲ୍ୟର କ୍ରାକରଙ୍କୁ ପୋଲିସ ଜବତ କରିଛି। ତେବେ ରାଜ୍ୟରେ ସବୁଜ ବାଣ ବିକ୍ରୟ ତଥା ବ୍ୟବହାରକୁ ଅନୁମତି ଦେବା ପାଇଁ ଓଡ଼ିଶା ହାଇକୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇବାର ସମ୍ଭାବନା ରହିଛି। ରାଜ୍ୟ ସରକାରଙ୍କ ବାଣ ଉପର ନିଶେଧାଦେଶ ଜାରି କରିବା ପରେ ବାଣ ବ୍ୟବସାୟି ମାନେ ସବୁଜ ବାଣ ବିକ୍ରୟ କରିବାକୁ ରାଜ୍ୟ ସରକାରଙ୍କୁ ଅନୁମତି ମାଗିଥିଲେ । 

gpkandhamal

ଏହାପୂର୍ବରୁ ଶୁକ୍ରବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ଏହି ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ ଏବଂ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନଜିଟି) ର ନିର୍ଦ୍ଦେଶନାମା ତଥା ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି ବିବାଦୀୟ ପ୍ରସଙ୍ଗ ଉପରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ କହିଛନ୍ତି। କୋଭିଡ -୧୯ ମହାମାରୀର ନିୟନ୍ତ୍ରଣ ପାଇଁ ସରକାରଙ୍କ ଦ୍ୱାରା ଜାରି କରାଯାଇଛି।

Umasankar Adv
Leave A Reply

Your email address will not be published.