କରୋନା ନେଲା ଆଉ ୩ ଜଣଙ୍କ ଜୀବନ

ଭୁବନେଶ୍ୱର, ନଭେମ୍ବର ୧ : ରାଜ୍ୟରେ ଗତ କିଛି ଦିନ ହେଲା କରୋନା ସଂକ୍ରମିଣ ହ୍ରାସ ପାଇବାର ଲାଗିଛି । ଗତ ୨୪ ଘଣ୍ଟାରେ ୩୧୬ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୁଣ୍ଡ ନେଇଛି କରୋନା ମାହାମାରୀ । ଏହାକୁ ମିସାଇ ରାଜ୍ୟରେ ମୋଟ କରୋନାଜନିକ ମୃତ୍ୟୁ ସଂଖ୍ୟା ୭୩୩୬କୁ ବୃଦ୍ଧି ପାଇଛି । ଏନେି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଆଜି ତିନି ଜିଲ୍ଲାରୁ ତିନି ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଅନୁଗୁଳ, ବାଲେଶ୍ୱର ଓ ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । 

gpkandhamal

ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ ମୋଟ୍ ୧୦୪୧୭୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୨୩୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୨୯୧୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

Umasankar Adv
Leave A Reply

Your email address will not be published.