ଦିଲ୍ଳୀରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ, ନଭେମ୍ବର ୦୧ : ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଗତ ବର୍ଷ ଗୁଡ଼ିକରେ ଦେଖାଯାଇଥିବା ଡେଙ୍ଗୁ ଆତଙ୍କ ଚଳତି ବର୍ଷ ଟପିଛି। ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିଛି। ସ୍ଥିତି ବିଗିଡ଼ିଥିବାରୁ କେନ୍ଦ୍ର ସରକାର ଏବେ ମାମଲା ହାତକୁ ନେବାକୁ ଚାହୁଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ଦିଲ୍ଲୀ ସରକାରଙ୍କ ସହିତ ଏକ ସମୀକ୍ଷା ବୈଠକ କରିବେ। ଏହି‌ ବୈଠକରେ ଡେଙ୍ଗୁ ସ୍ଥିତି ଉପରେ ଚର୍ଚ୍ଚା ହେବ। 

gpkandhamal

ସୂଚନାଯୋଗ୍ୟ, ଦିଲ୍ଲୀରେ ଏପର୍ଯ୍ୟନ୍ତ ୧୦୦୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଛନ୍ତି। ଏଥିରୁ ୨୩ ଦିନ ମଧ୍ୟରେ ୬୬୫ ଜଣ ଡେଙ୍ଗୁ ରୋଗର ଶିକାର ହୋଇଛନ୍ତି। ଗତ ସପ୍ତାହରେ ୨୮୦ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେଣେୁ ଜନସଧାରଣରେ ଚିନ୍ତା ପ୍ରବେଶ କରିଛି। 

Umasankar Adv
Leave A Reply

Your email address will not be published.