ଆଜିଠୁ ରାଜ୍ୟରେ ଆରମ୍ଭ ହେବ ୟୁଜି ପ୍ରଥମ ବର୍ଷ ପିଲାଙ୍କ ଶ୍ରେଣୀଗୃହ ପାଠପଢ଼ା

ଭୁବନେଶ୍ୱର, ନଭେମ୍ବର ୦୧: ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଶ୍ରେଣୀଗୃହ ପାଠପଢ଼ା । କରୋନା ସ୍ଥିତ ବଦଳୁଥିବାରୁ ପର୍ଯ୍ୟାୟ କ୍ରମେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲୁଛନ୍ତି । ଏହି ପରିପ୍ରେକ୍ଷୀରେ ସୋମବାରଠାରୁ ୟୁଜି (ସ୍ନାତକ) ପ୍ରଥମ ବର୍ଷ ପିଲାଙ୍କ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ । ତେବେ କରୋନା କଟକଣାକୁ ଠିକ୍ ଭାବେ ପାଳନ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଛାତ୍ରୀଛାତ୍ରଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଥିବାବେଳେ ନିୟମିତ ବ୍ୟବଧାନରେ ହାତ ସଫା ଦିଆଯାଇଛି । ଛାତ୍ରୀଛାତ୍ରମାନେ ସାମାଜିକ ଦୂରତା ବଜାୟ ରଖିବେ । କେହି କଲେଜ ପରିସର ମଧ୍ୟରେ ବାହାରେ ଏଣେ ତେଣେ ଛେପ ପକାଇ ପାରିବେ ନାହିଁ । ସେହିପରି କାଶିବା ବା ଛିଙ୍କିବାବେଳେ ରୁମାଲ ଆଦି ବ୍ୟବହାର କରିବେ । 

gpkandhamal

ସେହିଭଳି ଶ୍ରେଣୀ ଗୃହ , ପାଠାଗାର ତଥା ଲାବରେଟୋରିରେ ଏଥ୍‌ସହିତ ଛାତ୍ରୀଛାତ୍ରମାନେ ନିଜ ସ୍ୱାସ୍ଥ୍ୟ ବିଷୟରେ ଯେପରି ସଚେତନ ରହିବେ , ସେଥିପାଇଁ ସେମାନଙ୍କୁ କଲେଜ କର୍ତ୍ତୃପକ୍ଷ ପ୍ରୋତ୍ସାହିତ କରିବେ । ଜରୁରୀ ସ୍ଥିତି ପାଇଁ ସବୁ କଲେଜ ଏକ ନିର୍ଦ୍ଦିଷ୍ଟ କୋଠରିକୁ ପ୍ରସ୍ତୁତ ରଖୁବା ପାଇଁ ବିଭାଗ ପକ୍ଷୁରୁ କୁହାଯାଇଛି । ସେପଟେ ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲିବ । ଯେଉଁମାନେ ହଷ୍ଟେଲରେ ନାଁ ଲେଖାଇଛନ୍ତି , ସେମାନେ ସେଠାରେ ରହିପାରିବେ । ହଷ୍ଟେଲରେ ମଧ୍ୟ ସମସ୍ତ କରୋନା କଟକଣା ଯେମିତି ପାଳନ ହୁଏ , ତାହା ସୁନିଶ୍ଚିତ କରିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Umasankar Adv
Leave A Reply

Your email address will not be published.