ୟୁଟ୍ୟୁବ ଭିଡିଓ ସୁଟିଂ ସାରି ଫେରୁଥିଲେ; ଦୁର୍ଘଟଣାରେ ୫ ମୃତ, ୩ ଆହତ

ଗୁଆହାଟୀ, ନଭେମ୍ବର ୦୧ : ଆସାମର ଦରାଙ୍ଗ ଜିଲ୍ଲାରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି, ଯେଉଥିରେ କି ୫ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୩ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ପୋଲିସ ଅନୁସାରେ ଦୁର୍ଘଟଣାରେ ୫ ଜଣ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଏହି ଦୁର୍ଘଟଣା ୧୫ ନମ୍ବର ଜାତୀୟ ରାଜପଥର ଦରାଙ୍ଗ ଜିଲ୍ଲ ଡଗାଓ ଥାନା ଅଂଚଳରେ ଘଟିଛି। ମାରୁତି ସୁଇଫ୍ଟ କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବାରୁ ଏହି ଅଘଟଣ ଘଟିଛି। ଦରାଙ୍ଗ ଜିଲ୍ଲାର ଜଣେ ପୋଲିସ ଅଧିକାରୀ କହିଛନ୍ତି କାର (ଏଏସ୍‌୦୭ଜି-୬୭୯୪) ତେଜପୁର ଅଡ଼କୁ ମଙ୍ଗଳଦୋଇ ଯାଉଥିଲା। ବିପରୀତ ଦିଗରୁ ଟ୍ରକ (ଏଏସ୍‌୨୩ସିସି-୧୦୦୨) ମୁହାଁମୁହିଁ ଧକ୍କା ଦେଇଥିଲା। 

gpkandhamal

ପୋଲିସ ଅଧିକାରୀ କହିଛନ୍ତି ଯେ, ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଆହତ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ମଙ୍ଗଳଦୋଇ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଗୁଆହାଟୀ ସ୍ଥାନାନ୍ତରିତ କରାଯାଇଥିଲା। ମୃତକମାନେ ହେଲେ ଫରିଦୁଲ ଇସଲାମ, ଆଜାଦ ଅଲୀ, ଇବ୍ରାହୀମ ଅଲି, ମଂଜୁୱାରା ବେଗମ ଓ ସାନିଆ ଅଖତର। ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି ଦଳ ଏକ ୟୁଟ୍ୟୁବ ଚ୍ୟାନେଲର ଭିଡିଓ ସୁଟିଂ ପାଇଁ ଦରାଙ୍ଗ ଜିଲ୍ଲାର ବୋଭଟା ଅଂଚଳକୁ ଯାଇଥିଲେ। 

Umasankar Adv
Leave A Reply

Your email address will not be published.