ରେଳ ଧାରଣାରେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ନମଣ୍ଡଳ ରେଳ ଷ୍ଟେସନର ଖୋସାଲିପୁରରୁ । ତେବେ ମହିଳା ଜଣଙ୍କ କିଏ?କେଉଁ କାରଣ ପାଇଁ ଏପରି ନିଷ୍ପତି ନେଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ପୋଲିସ୍ ର ହସ୍ତଗତ ହୋଇନାହିଁ । ଖବର ଅନୁଯାୟୀ ଆଜି ସକାଳେ ରେଳ ଧାରଣାରେ ମହିଳାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲି । ଏ ନେଇ ଜିଆରପି ପୋଲିସକୁ ସୂଚନା ଦିଆଯାଇଥିଲା । ପରେ ଘଟଣାସ୍ଥଳରେ ପୋଲିସ୍ ପହଚିଂ ଅଧିକ ତଦନ୍ତ ଚଳାଇଛି ଏବଂ ଉପସ୍ଥିତ ଥିବା ଲୋକଙ୍କ ଠାରୁ ମଧ୍ୟ ପ୍ରତିକ୍ରିୟା ଗ୍ରହଣ କରୁଛି । ସୁଚନା ଅନୁସାରେ ପୁର୍ବରୁ ମଧ୍ୟ ଖୋସାଲିପୁରଠାରେ ଦୁଇ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇ ତଦନ୍ତ ହୋଇଥିଲା । ପୁଣି ବର୍ତ୍ତମାନ ଆଉ ଏକ ଖବର ସ୍ଥାନୀୟ ଅଚଂଳରେ ଆଲୋଡ଼ନ ସୃଷ୍ଠି କରିଛି । 

Leave A Reply

Your email address will not be published.