ହାପି ବାର୍ଥ ଡ଼େ କିଙ୍ଗ ଖାନ୍‌

ନୁଆଦିଲ୍ଲୀ,ନଭେମ୍ବର ୦୨ : ଆଜି ହିନ୍ଦୀ ଫିଲ୍ମ ଜଗତର କିଂ ଖାନ୍‌ ଶାହରୁଖ ଖାନଙ୍କ ଜନ୍ମଦିନ । ସେ ଆଜି ୫୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ବଲିଉଡ ଜଗତର ତାଙ୍କୁ ବାଦଶାହା ତଥା ରୋମାନ୍ସ କିଙ୍ଗ କୁହାଯାଇଥାଏ । କେବଳ ଭାରତ ନୁହେଁ ସାରା ବିଶ୍ୱରେ ତାଙ୍କର କୋଟି କୋଟି ଫ୍ୟାନ୍ସ  ଅଛନ୍ତି । ୧୯୬୪ ମସିହା ନଭେମ୍ବର ୨ ତାରିଖରେ ଦିଲ୍ଲୀରେ ଜନ୍ମ ନେଇଥିବା ଶାହରୁଖ ଖାଁ ଙ୍କର ଆଜି ଜନ୍ମଦିନ । ପିଲାଟି ଦିନରୁ ଅଭିନୟ ପ୍ରତି ତାଙ୍କର ଦୁର୍ବଳତା ଥିବାରୁ ଦିଲ୍ଲୀର ହଂସରାଜ କଲେଜରୁ ଅର୍ଥନୀତିରେ ସ୍ନାତ୍ତକ ସାରି, ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ରେ ଅଧୟନ କରିଥିଲେ ।

gpkandhamal

ପ୍ରତିବର୍ଷ ଶାହାରୁଖ ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ସେଲିବ୍ରେସନ୍ କରନ୍ତି। ଜନ୍ମଦିନରେ ଶାହାରୁଖଙ୍କୁ ତାଙ୍କ ବାସଭବନ ମନ୍ନତ ବାହାରକୁ ଆସି ଫ୍ୟାନ୍ସଙ୍କ ସହ ସାକ୍ଷାତ କରିବାର ଦେଖିବାକୁ ମିଳେ। ଚଳିତ ବର୍ଷ ମଧ୍ୟ ସେହିପରି  ଫ୍ୟାନ୍ସଙ୍କୁ ଭେଟିବା ପାଇଁ ଶାହାରୁଖ ନିଜ ବାସଭବନ ବାହାରକୁ ଆସିଛନ୍ତି।ଏ ସମ୍ପର୍କିତ ଏକ ଭିଡିଓ ସେଶିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଶାହାରୁଖ ଙ୍କ ପ୍ରଶଂସକମାନେ ମଧ୍ୟରାତ୍ରିରେ ତାଙ୍କ ଘର ବାହାରେ ଭିଡ ଜମାଇଥିବା ଦେଖିବାକୁ ମିଳିଛି। ଶାହାରୁଖ ମଧ୍ୟ କାର୍ ଭିତରୁ ବାହାରି ଲୋକମାନଙ୍କୁ ଧନ୍ୟବାଦ ଜଣାଉଥିବା ଦେଖାଦେଇଛି

Umasankar Adv
Leave A Reply

Your email address will not be published.