ନିୟମ ମାନି କମ୍ ସମୟ ବାଣ ଫୁଟାଇ ପ୍ରଦୂଷଣ କମ୍ କରିବାକୁ ଚେତାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର, ନଭେମ୍ବର ୨ : ଦୀପାବଳିରେ ଗ୍ରୀନ୍ କ୍ରାକରକୁ ଅନୁମତି ମିଳିଛି । ଗତକାଲି ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ମାତ୍ର ନିର୍ଦ୍ଦିଷ୍ଟ ସମୟ ପାଇଁ ଏହି ଅନୁମତି ଦିଆଯାଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।  ସେ କହିଛନ୍ତି ଯେ ଗ୍ରୀନ୍ କ୍ରାକରରେ ପ୍ରଦୂଷଣ ମାତ୍ରା ବହୁତ କମ୍ ଥାଏ । ସରକାରଙ୍କ ନିୟମ ମାନି ଆମେ କମ୍ ସମୟ ବାଣ ଫୁଟାଇବା । ପ୍ରଦୂଷଣ କମ୍ କରିବା ହେଉଛି ଆମର ମୂଳ ଲକ୍ଷ୍ୟ ଅଟେ । ଯଦି କେହି ଅମାନିଆ ହୋଇ ଅନ୍ୟ ବାଣ ଫୁଟାଇବେ ତେବେ ଏହାଦ୍ୱାରା ପ୍ରଦୂଷଣର ମାତ୍ରା ବଢିବ । ଯାହାକିଆମ ପାଇଁ ବିପଦ ଅଟେ ।

gpkandhamal

ପ୍ରଦୂଷଣ ବଢିଲେ କୋଭିଡ୍ ରୋଗୀଙ୍କ ପାଇଁ ସମସ୍ୟା ନୁହେଁ ବରଂ ଅନୟ ଗୋର ମଧ୍ୟ ଦେଖାଯିବ । ଆଜମା, ବିଭିନ୍ନ ଆଲର୍ଜି, ଆଖି ଆଲର୍ଜି, ଥୋର୍ଟ ଆଲର୍ଜି ଭଳି ବିଭିନ୍ନ ରୋଗ ମଧ୍ୟ ଦେଖାଯିବ । ଏବା ବ୍ୟତୀତ ଘରେ ହେଉ ପଛେ ଅଧିକ ଲୋକ ଏକାଠି ହେବା ଉଚିତ ନୁହେଁ । କାରଣ କରୋନା ଏବେ ବି ସମ୍ପୂର୍ଣ୍ଣ ଭାବେ ସରିନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । 

Umasankar Adv
Leave A Reply

Your email address will not be published.