ଆଜିଠୁ ଭୁବନେଶ୍ୱରରୁ ଜୟପୁରକୁ ସିଧାସଳଖ ଉଡିବ ବିମାନ

ଭୁବନେଶ୍ୱର, ନଭେମ୍ବର ୨ : ଏବେ ଯାତ୍ରା କରିବା ହେବ ସହଜ । ଆଜିଠୁ ଭୁବନେଶ୍ୱରରୁ ଜୟପୁରକୁ ସିଧାସଳଖ ଉଡିବ ବିମାନ । ଇଣ୍ଡିଗୋ ଫ୍ଲାଇଟର ଏହି ସେବା ସପ୍ତାହକୁ ୩ ଥର ମିଳିବ । ପ୍ରତ୍ୟେକ ସପ୍ତାହରେ ମଙ୍ଗଳବାର, ଗୁରୁବାର ଓ ଶନିବାର ବିମାନ ଚଳାଚଳ କରିବ । ଏହି ତିନି ଦିନ ରାତି ୯ଟା ୨୦ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରୁ ବିମାନ ଛାଡିବ । ୧୧ଟା ୫୫ ମିନିଟରେ ଜୟପୁରରେ ପହଞ୍ଚିବ ।  ସେହିପରି ଜୟପୁରରୁ ସନ୍ଧ୍ୟା ସାଢେ ୬ଟାରେ ବିମାନ ବାହରି ଭୁବନେଶ୍ୱରରେ ପହଞ୍ଚିବ ରାତି ୮ଟା ୫୦ ମିନିଟ୍‌ରେ । ପ୍ରତ୍ୟେକ ରାଉଣ୍ଡ ଟ୍ରିପ୍ ପିଛା ରାଜ୍ୟ ସରକାରଙ୍କୁ ୭୫ ହଜାର ଟଙ୍କା ଦେବାକୁ ପଡିବ । 

gpkandhamal

ଏହାସହିତ ଡିସେମ୍ବର ୨ ତାରିଖରୁ ଭୁବନେଶ୍ୱରରୁ ଗୋଆ ମଧ୍ୟରେ ବିମାନ ଚଳାଚଳ କରିବ । ଗୋଆକୁ ସପ୍ତାହର ସବୁ ଦିନ ଇଣ୍ଡିଗୋ ବିମାନ ଚାଲିବ । ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଡ ପ୍ରଭାତ ରଞ୍ଜନ ବେଉରିଆ କହିଛନ୍ତି ।  

Umasankar Adv
Leave A Reply

Your email address will not be published.