ଶ୍ରୀମନ୍ଦିର ଚାରିପଟେ ଲାଗୁ ହେଲା ୧୪୪ ଧାରା

ପୁରୀ, ନଭେମ୍ବର ୩ : ଦୀପାବଳି ପାଇଁ କଟକଣାକୁ କଡାକଡି କରାଯାଇଛି । ପୁରୀ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଲାଗୁ କରାଯାଇଛି । ତେବେ ଦୀପାବଳିରେ ଭିଡକୁ ଦେଖି ପ୍ରଶାସନ ପକ୍ଷରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।  ସୂଚନା ଅନୁସାରେ, ଆସନ୍ତାକାଲି ପବିତ୍ର ଦୀପାବଳି ଅଟେ । ଦୀପାବଳି ଉପଲକ୍ଷେ ପୁରୀ ଆସୁଥିବା ପର୍ଯ୍ୟଟକଙ୍କ ଭିଡ ଓ ଉପଲକ୍ଷେ ଗୟା ଶ୍ରାଦ୍ଧ ଦେବା ପାଇଁ ଆସିବାକୁ ଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଏହି କଟକଣା ଜାରି କରାଯାଇଛି ।

gpkandhamal

ଆସନ୍ତାକାଲି ଭୋର ୪ଟାରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରି କରାଯାଇଛି । ଏହାସହିତ ଶ୍ରୀମନ୍ଦିର ଚତୁପାଶ୍ୱର୍ରେ କାଉଁରିଆ ଜାଳିବା କିମ୍ବା କୌଣସି ଶ୍ରାଦ୍ଧ ପିଣ୍ଡ ଦେବାକୁ ବାରଣ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କାରାଯାଇଛି । 

Umasankar Adv
Leave A Reply

Your email address will not be published.