ଆଜି ଭାରତ-ଆଫଗାନ ମ୍ୟାଚ୍‌

ଆବୁଧାବୀ, ନଭେମ୍ବର ୦୩ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି-୨୦ ବିଶ୍ବକପରେ ଭାରତ ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବ। ଭାରତୀୟ ସମୟ ଅନୁସାରେ ରାତି ସାଢ଼େ ୭ଟାରେ ଏହି ମ୍ୟାଚ ଆରମ୍ଭ ହେବ। ଆବୁଧାବୀରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଭାରତ ଓ ଆଫଗାନିସ୍ତାନ ମୁହାଁମୁହିଁ ହେବେ। ତେବେ ଭାରତ ଚଳିତ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଠାରୁ ବଡ଼ ବ୍ୟବଧାନରେ ପରାସ୍ତ ହୋଇଥିବାରୁ ଆଫଗାନିସ୍ତାନ ସହିତ ସତର୍କତାର ସହିତ ଖେଳିବାକୁ ହେବ। କାରଣ ସତର୍କତା ଅବଲମ୍ବନ ନକଲେ ବିରାଟ କୋହଲିଙ୍କ ଟିମ୍‌ର ଯାତ୍ରା ଶେଷ ହୋଇଯାଇପାରେ।  ପାକିସ୍ତାନ ଠାରୁ ୧୦ ୱିକେଟ ଓ ନ୍ୟୁଜିଲାଣ୍ଡ ଠାରୁ ୮ ୱିକେଟ ବିନିମୟରେ ପରାସ୍ତ ହେବା ପରେ ଟିମ ଇଣ୍ଡିଆର ମନୋବଳ ଭାଙ୍ଗିସାରିଛି। ତେଣୁ ଭାରତୀୟ ଟିମ ଏବେ ଚାହିଁବ ଯେ, ଫର୍ମକୁ କେମିତି ଫେରିବ। 

gpkandhamal

ଆଫଗାନିସ୍ତାନ ଗୃପ-୨ରେ ୨ୟ ସ୍ଥାନରେ ରହିଛି। ଏହି ଟିମ ୩ଟି ମ୍ୟାଚ ଖେଳି ୨ଟିରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚରେ ପରାସ୍ତ ହୋଇଛି। ତେଣୁ ଆଫଗାନିସ୍ତାନକୁ ଭାରତ ହାଲୁକା ଭାବରେ ଗ୍ରହଣ କରିବ ନାହିଁ। ଅନ୍ୟପଟରେ ଭଲ ବୋଲିଂ ଓ ବ୍ୟାଟିଂ କରିପାରୁଥିବା ଖେଳାଳି ଆଫଗାନିସ୍ତାନ ପାଖରେ ଅଛନ୍ତି। ବିଶ୍ବର ସର୍ବଶ୍ରେଷ୍ଠ ସ୍ପିନର ରସିଦ ଖାନ ଓ ମୁଜୀବ ଉର ରହମାନ ଅଛନ୍ତି। ତେଣୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସତର୍କତାର ସହିତ ଖେଳିବାକୁ ପଡ଼ିବ। 

Umasankar Adv
Leave A Reply

Your email address will not be published.