ଆଫଗାନିସ୍ତାନକୁ ନେଇ ଭାରତ ଦ୍ୱାରା ଆୟୋଜିତ ସଭାରେ ଯୋଗଦେବେ ନାହିଁ ପାକିସ୍ତାନ ଏନଏସଏ

ନୁଆଦିଲ୍ଲୀ, ନଭେମ୍ବର ୦୩ : ପାକିସ୍ତାନ ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫ ମଙ୍ଗଳବାର କହିଛନ୍ତି ଯେ ନଭେମ୍ବର ୧୦-୧୧ ରେ ଭାରତ ଦ୍ୱାରା ଆୟୋଜିତ ଆଫଗାନିସ୍ତାନକୁ ନେଇ ହେବାକୁ ଥିବା ସଭାରେ ଯୋଗଦେବେ ନାହିଁ। ଉଜବେକିସ୍ତାନ ଏନଏସଏକୁ ଭେଟିବା ପରେ ଇସଲାମାବାଦରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ୟୁସୁଫ କହିଛନ୍ତି: ମୁଁ ଯିବି ନାହିଁ, ଲୁଟେରା ଶାନ୍ତି ସ୍ଥାପନକାରୀ ହୋଇପାରିବ ନାହିଁ। ପାକିସ୍ତାନ ଏହି ସଭାରେ ଯୋଗଦେବେ କି ନାହିଁ ସେ ନେଇ ଏକ ପ୍ରଶ୍ନର ଉତ୍ତରରେ ସେ ଭାରତକୁ ଲୁଟେରା କହି ଏହି ମନ୍ତବ୍ୟ ଦେଇଛନ୍ତି । 

ଆଫଗାନିସ୍ତାନ ସମ୍ବନ୍ଧୀୟ ସୁରକ୍ଷା ଚିନ୍ତାଧାରା ନୂଆଦିଲ୍ଲୀର ମନରେ ପ୍ରାଧାନ୍ୟ ବିସ୍ତାର କରି ଏନଏସଏ ଅଜିତ ଡୋଭାଲଙ୍କ ଦଳ ଏହି ଅଞ୍ଚଳ ତଥା ବିଶ୍ୱର ପ୍ରମୁଖ ଦେଶମାନଙ୍କ ସହ ଏକ ବ୍ୟକ୍ତିଗତ ବୈଠକ କରିବାକୁ ପଦକ୍ଷେପ ନେଉଛନ୍ତି। ସୂତ୍ରରୁ ପ୍ରକାଶ ଯେ ଦେଶର ସର୍ବୋଚ୍ଚ ସୁରକ୍ଷା ପ୍ରତିଷ୍ଠାନ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଏହି ଆଲୋଚନାଚକ୍ରର ନେତୃତ୍ୱ ନେଉଛନ୍ତି ଏବଂ ଆଫଗାନିସ୍ତାନର ପଡ଼ୋଶୀ ଦେଶ ଯେପରିକି ପାକିସ୍ଥାନ, ଇରାନ, ତାଜିକିସ୍ତାନ, ଉଜବେକିସ୍ତାନ ଏବଂ ଜୈଷ, ଚୀନ୍ ସମେତ ପ୍ରମୁଖ ଦେଶଙ୍କୁ ନିମନ୍ତ୍ରଣ ପଠାଯାଇଛି।

Umasankar Adv
Leave A Reply

Your email address will not be published.