ଖସିଲା ସଂକ୍ରମଣ ପାରା

ଭୁବନେଶ୍ୱର, ନଭେମ୍ବର ୩: ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ । ଗତ କିଛି ଦିନ ହେଲା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୩୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୨୪୨୨ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୭ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୧୩୫ ଜଣ ଲୋକାଲ୍ କେସ୍ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୪୨ ଜଣ ପଜିଟିଭ ରହିଛନ୍ତି । ତେବେ ଆଜି ଅନୁଗୁଳରୁ ୨, ବାଲେଶ୍ୱର ୫, ବରଗଡରୁ ୧, ଭଦ୍ରକ ୭, ବୌଦ୍ଧରୁ ୧, କଟକ ୧୯, ଢେଙ୍କାନାଳରୁ ୩, ଗଜପତିରୁ ୨, ଗଞ୍ଜାମରୁ ୩, ଜଗତସିଂହପୁରରୁ ୯, ଯାଜପୁରରୁ ୧୩, କଳାହାଣ୍ଡିରୁ ୨, କେନ୍ଦ୍ରାପଡାରୁ ୮, କେନ୍ଦୁଝରରୁ ୧,  ଖୋର୍ଦ୍ଧାରୁ ୧୬୯, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ୧, ନୟାଗଡରୁ ୪, ନୂଆପଡାରୁ ୩, ପୁରୀରୁ ୫, ରାୟଗଡାରୁ ୧, ସମ୍ବଲପୁର ୧୦, ସୋନପୁରରୁ ୧, ସୁନ୍ଦରଗଡରୁ ୮ ଓ ଷ୍ଟେଟ ପୁଲରୁ ୩୯ ଜଣ ରହିଛନ୍ତି । 

gpkandhamal

ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୨୪୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪୦୦୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୦୦୨୬ ଜଣ ସୁସ୍ଥ ହୋଇଛନ୍ତି । 

Umasankar Adv
Leave A Reply

Your email address will not be published.