କେନ୍ଦ୍ର ସରକାରଙ୍କ ପରେ ଏହି ରାଜ୍ୟରେ ପ୍ରେଟ୍ରୋଲ ଉପରୁ ଟ୍ୟାକ୍ସ ହ୍ରାସ

ନୂଆଦିଲ୍ଲୀ, ନଭେମ୍ବର ୦୪ : ଦରବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶବାସୀଙ୍କୁ ଦୀପାବଳି ଉପହାର ଦେଇଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରୁ ଡକ୍ସାଇଜ ଡ୍ୟୁଟି ହ୍ରାସ କରିବା ନେଇ ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା ହେବା ପରେ ଉତ୍ତର ପ୍ରଦେଶ ସହିତ ଗୋଆ, ବିହାର, ଗୁଜରାଟ, ଆସାମ, ତ୍ରିପୁରା, ମଣିପୁର ଓ କର୍ଣ୍ଣାଟକ ସରକାର ମଧ୍ୟ ସାଧାରଣ ଜନତାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। 

gpkandhamal

କେନ୍ଦ୍ରର ମୋଦୀ ସରକାରଙ୍କ ପରେ ଉତ୍ତର ପ୍ରଦେଶ, ବିହାର ଓ ଅନ୍ୟ ରାଜ୍ୟ ସରକାର ମାନେ ମଧ୍ୟ ସାଧାରଣ ଜନତାଙ୍କୁ ଆଶ୍ବସ୍ତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ତର ପ୍ରଦେଶ ଓ ଗୋଆରେ ସର୍ବାଧିକ ଟ୍ୟାକ୍ସ ହ୍ରାସ କରାଯାଇଛି। ଉତ୍ତର ପ୍ରଦେଶ ସରକାର ପେଟ୍ରୋଲ ଓ ଡିଜେଲ ଦର ଉପରେ ଭ୍ୟାଟ ୧୨ ଟଙ୍କା ଲିଟର ପିଛା ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଗେଆ ସରକାର ମଧ୍ୟ ତେଲ ଦର ହ୍ରାସ କରିବା ନେଇ ଘୋଷଣା କରିଛନ୍ତି। ଉତ୍ତରାଖଣ୍ଡ, ସକ୍କିମ ସହିତ ଅନ୍ୟ ରାଜ୍ୟରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବ। ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଟୁଇଟ କରି କହିଛନ୍ତି ଜରୁରୀକାଳୀନ ଭିତ୍ତିରେ ପେଟ୍ରୋଲ ଓ ଡିଜେଲ ଉପରେ ଭ୍ୟାଟରେ ୭ ଟଙ୍କା କମ କରାଯିବ।  ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତା ବିସ୍ବସର୍ମା ମଧ୍ୟ ଡିଜେଲ ଓ ପ୍ରେଟ୍ରୋଲ ଉପରେ ଲାଗୁ ହୋଇଥିବା ଭ୍ୟାଟ ୭ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଆସାମ ସରକାରଙ୍କ ଭଳି ଟ୍ୟାକ୍ସ ହ୍ରାସ କରିବେ। ସେହିଭଳି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ଏସ୍‌ ବୋମ୍ମଇ ଟୁଇଟ କରି କହିଛନ୍ତି ଯେ, ରାଜ୍ୟବାସୀଙ୍କ ପାଇଁ ପେଟ୍ରୋଲ ଓ ଡିଜେଲ ଦର ୭ଟଙ୍କା ଯାଏଁ ହ୍ରାସ କରାଯିବ। 

Umasankar Adv
Leave A Reply

Your email address will not be published.