ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ମୁଖ୍ୟ କିରାଣୀ, ନଗଦ ୧୩ ଲକ୍ଷ ଟଙ୍କା ଜବତ

କନ୍ଧମାଳ ,ନଭେମ୍ବର ୦୪ : ୬ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ଆଇଟିଡ଼ିଏ ଅଫିସର ମୁଖ୍ୟ କିରାଣୀ ବସନ୍ତ ପାଣି ଧରାପଡ଼ିଛନ୍ତି । ସିକ୍ୟୁରିଟି ଟଙ୍କା ରିଲିଜ୍ ପାଇଁ ଜଣେ ଠିକାଦାରଙ୍କଠାରୁ ସେ ୬ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସିକ୍ୟୁରିଟି ବିଲ କରାଇଦେବାକୁ ୮ହଜାର ଟଙ୍କା ଡ଼ିଲ ହୋଇଥିଲା। ପୂର୍ବରୁ ୨ହଜାର ଟଙ୍କା ନେଇଥିଲେ ବସନ୍ତ ପାଣି। ବାକି ୬ହଜାର ଟଙ୍କା ନେବାବେଳେ ରେଡ଼୍ ହୋଇଥିଲା। ଏହାପରେ ତାଙ୍କ ବାସଭବନ ଚଢ଼ାଉ ହୋଇଥିଲା। ଚଢ଼ାଉବେଳେ ତାଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା, ସୁନାଗହଣା ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ ହୋଇଛି। ତେବେ ତାଙ୍କ ସମ୍ପତିର ଯାଞ୍ଚ ଚାଲିଛି।

gpkandhamal

ସୁଚନା ଅନୁସାରେ ରାଜ୍ୟରେ ଦିନକୁ ଦିନ ବେଆଇନ୍ କାର୍ଯ୍ୟ ଚାଲୁଥିବା ବେଳେ ପ୍ରତିଦିନ ଭିଜିଲାନ୍ସର ଚଢାଉ ଜାରୀ ରହିଛି । ଯାହାଫଳରେ ଜଣେ ଦୁଇ ଜଣ ଉଚ୍ଚପଦସ୍ତ ସରକାରୀ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡ଼ୁଛନ୍ତି । ତଥାପି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । 

Umasankar Adv
Leave A Reply

Your email address will not be published.