ନଭେମ୍ବର ୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କେଦାରନାଥ ଗସ୍ତ

ଡେରାଡୁନ, ନଭେମ୍ବର ୦୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ୫ ତାରିଖ (ଶୁକ୍ରବାର) କେଦାରନାଥ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଭଗବାନ କେଦାରନାଥଙ୍କୁ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ମୋଦୀଙ୍କ ଗସ୍ତ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ବୁଧବାର କେଦାରନାଥ ପହଂଚି ଥିଲେ। ସେ ଭଗବାନ ଶିବଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ। ଏଥି ସହିତ ସେ ମନ୍ତ୍ରିମଣ୍ଡଳର ଅନ୍ୟ ସହଯୋଗୀ ହରକ ସିଂହ ରାୱତ ଓ ସୁବୋଧ ଉନିୟାଲଙ୍କ ସହିତ ଏଠାରେ ଜାରି ରହିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସେମାନେ ଦେବସ୍ଥାନମ ବୋର୍ଡ ଭଙ୍ଗ ଦାବି କରୁଥିବା ତୀର୍ଥ ପୁରୋହିତ ଓ ପଣ୍ଡା ସମାଜର ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ। 

gpkandhamal

ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି ଯେ, ମୋଦୀଙ୍କ କଦୋରନାଥ ଆସିବା ପୂର୍ବରୁ ହିମାଳୟୀ ଧାମର ପୁରୋହିତଙ୍କୁ ଶାନ୍ତି କରିବାକୁ ଉଦ୍ୟମ ହୋଇଛି। ମୋଦୀଙ୍କ ଗସ୍ତକୁ କେହି ବିରୋଧ କରି ନାହାନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତି କିପରି ଚାଲିଛି, ଏହାର ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ କେଦାରନାଥ ପହଂଚିଥିଲେ। ଉତ୍ତରାଖଣ୍ଡକୁ ବିଶ୍ବର ଆଧ୍ୟାତ୍ମିକ ଓ ସାଂସ୍କୃତିକ ରାଜଧାନୀ ଭାବରେ ଗଢ଼ି ତୋଲିବାକୁ ଲକ୍ଷ୍ୟ ରଖାଯାଇଛି।  ପୁଷ୍କର ସିଂହ ଧାମୀ କହିଛନ୍ତି, ଆଧିନିକ ଇତିହାସରେ ପ୍ରଥମ ଥର କେଦାରନାଥ ଧାମରେ ବଡ଼ଧରଣର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟ କରାଯାଉଛି। ସରସ୍ବତୀ ଘାଟ ଓ ଆସ୍ଥା ପଥର ନିର୍ମାଣର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ପ୍ରସ୍ତାବିତ ଗସ୍ତ କାଳରେ ୪୦୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ମୋଦୀ ଗସ୍ତ କାଳରେ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧୀ ଲୋକାର୍ପଣ କରିବା ସହ ପ୍ରତିମା ଉନ୍ମୋଚନ କରିବେ। ସୂଚନାଯୋଗ୍ୟ ଏହି ସମାଧୀସ୍ଥଳ ୨୦୧୩ରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଥିଲା। ମୋଦୀଙ୍କ କାର୍ଯ୍ୟକ୍ରମକୁ ସିଧାପ୍ରସାରଣ କରାଯିବ। ଦେଶବ୍ୟାପୀ ଶିବାଳୟ, ଜ୍ୟୋର୍ତିଲିଙ୍ଗ, ଶଙ୍କରାଚାର୍ଯ୍ୟଙ୍କ ମଠ ଓ ଜନ୍ମସ୍ଥଳୀ କେଦାରନାଥ ସହିତ ଜଡ଼ିତ ରହିବ। ମୋଦୀଙ୍କ ଗସ୍ତ ପାଇଁ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଛି। 

Umasankar Adv
Leave A Reply

Your email address will not be published.