ଖୋର୍ଦ୍ଧାରେ ଶହେ ତଳକୁ ଖସିଲା ସଂକ୍ରମଣ

ଭୁବନେଶ୍ୱର, ନଭେମ୍ବର ୫ : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ଆଜି ରାଜ୍ୟରେ ୧୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦୀର୍ଘଦିନ ପରେ ଖୋର୍ଦ୍ଧା ଜିଲ୍ଲାରେ ଶହେ ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ । ଅର୍ଥାତ ଖୋର୍ଦ୍ଧା ଜିଲ୍ଲାରୁ ମାତ୍ର ୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ୫୦ ତଳକୁ ଖସିଛି । ତେବେ ଏନେଇ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ରାଜଧାନୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ପାର୍ବଣ ସମୟରେ ସଂକ୍ରମଣ ବଢିବା ନେଇ ଆଶଙ୍କା କରାଯାଉଥିଲା । ତେବେ ଲୋକ ସଚେଚନ ହୋଇ କଟକଣାକୁ ମାନିଥିବାରୁ ସଂକ୍ରମଣ ହ୍ରାସ ହୋଇଛି । 

gpkandhamal

ତଥାପି ଏବେ ଯଦି ଆମେ ଅବହେଳା କରିବା ତେବେ ପୁଣଇ ସଂକ୍ରମଣ ମାମଲା ବୃଦ୍ଧି ହୋଇପାରେ । ସେହିପରି ଯେପର୍ଯ୍ୟନ୍ତ କରୋନା ସଂକ୍ରମଣ ମାମଲା ସମ୍ପୃର୍ଣ୍ଣ ଭାବେ ହ୍ରାସ ନପାଇଛି ସେପର୍ଯ୍ୟନ୍ତ ଆମକୁ ସତର୍କ ଓ ସଚେତନ ରହିବାକୁ ପଡିବ । କରୋନା ଭାଇରସ୍ ସମ୍ପୂର୍ଣ୍ଣ ନକମିବା ଯାଏଁ ଆମର ଏହି ଯୁଦ୍ଧ ଚାଲୁ ରହିବ । 

Umasankar Adv
Leave A Reply

Your email address will not be published.