ମମିତା ମେହେର ହତ୍ୟା ମାମଲାରେ ନୁଆ ତଥ୍ୟ

କଳାହାଣ୍ଡି ,ନଭେମ୍ବର ୦5 : ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ତଦନ୍ତ ଯେତିକି ଆଗକୁ ଯାଉଛି ସେତିକି ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏହାରି ଭିତରେ ଆଜି ଏହି ମାମଲାରେ ମିଳିଲା କିଛି ଗୁରୁତ୍ୱପୁର୍ଣ୍ଣ ତଥ୍ୟ ।  ବିବେକ ଅଗ୍ରୱାଲ ନାମକ ବ୍ୟକ୍ତିଙ୍କ ୧୬୧ ବୟାନରୁ ମିଳିଛି କିଛି ସାଘାଂତିକ ତଥ୍ୟ । ମମିତା ଙ୍କ ଶବ ପୋଡ଼ିବାକୁ ବ୍ୟବହୃତ ଟାୟାର ଦେଇଥିଲା ବିବେକ । ଗତ ୮ ତାରିଖରେ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ ରେ ବିବେକଙ୍କୁ ଫୋନ୍ କରିଥିଲା ଗୋବିନ୍ଦ । ଡ଼୍ରାଇଭର ରାଧେଶ୍ୟାମ ଚଣ୍ଡି ପାଖରୁ ଯାଇ ୨ଟି ଟାୟାର ଆଣିବାକୁ କୁହାଯାଇଥିଲା । ପରେ ଦିନ ସାଢେ ୩ଟାରେ ବିବେକଙ୍କ ଠାରୁ ଟାୟାର ଆଣିଥିଲା ରାଧେଶ୍ୟାମ୍ । 

gpkandhamal

ଯାହାଫଳରେ ସିଧାସଳଖ ନହେଲେ ମଧ୍ୟ ଅଜଣାତରେ ତାର ସମ୍ପୃକ୍ତି ଥିବା କଥା କୁହାଯାଇଛି । ସେପଟେ ଏହି ମମିତା ମେହେର୍ ହତ୍ୟା ମାମଲାରେ ଫୋରେନସିକ୍ ଲ୍ୟାବ୍ ଗଲା ୭୦ ଟି ସିଜର ସାମଗୀ୍ର । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ନଖ,ଚୁଟି,ରକ୍ତ ନମୁନା ପଠାଯାଇଛି । ମୃତ ମମିତାଙ୍କ ଅସ୍ଥି ,ମାଂସ,ବ୍ୟାଗ୍ ଆଦି ମଧ୍ୟ ପଠାଯାଇଛି । ଯାହାପରେ ପ୍ରକୃତ ଦୋଷୀ ପାଖରେ ପହଂଚି ପାରିବ ପୋଲିସ୍ । 

Umasankar Adv
Leave A Reply

Your email address will not be published.