“ତୃତୀୟ ଲହର ଆଶଙ୍କା ଏବେ ବି କମିନି,ଆମକୁ ସତର୍କ ହୋଇ ରହିବାକୁ ପଡ଼ିବ”: ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ

ଭୁବନେଶ୍ୱର ,ନଭେମ୍ବର ୦5 : କରୋନା ସଂକ୍ରମଣ ସାରା ରାଜ୍ୟରେ ବିପଦ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ନିରଞ୍ଜନ ମିଶ୍ର ସୁଚନା ଦେଇଛନ୍ତି । ତାଙ୍କର କହିବା ମୁତାବକ ୟୁରୋପ ଓ ଚାଇନାରେ ଯେଉଁ ଲହର ହେଉଛି ତାହା ହେଉଛି ଡ଼େଲ୍ଟା ଭେରିଏଣ୍ଟ । ଆମେ କିନ୍ତୁ ଡ଼େଲଟା ଭାରିଏଣ୍ଟକୁ ସାମ୍ନା କରିସାରିଛୁ । ତେଣୁ କିଛି ଆତଙ୍କିତ ହେବାରେ ନାହିଁ । ଆମର ଭ୍ୟକ୍ସିନେସନ ଚାଲିଛି ଲୋକଙ୍କ ଇମୁ୍ୟନିଟି ମଧ୍ୟ ବଢିଛି । ତୃତୀୟ ଲହର ଭୟ ଏପର୍ଯ୍ୟନ୍ତ ଯାଇନି ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି  । ତେବେ ସେପଟେ ପରିବାର କଲ୍ୟାଣ ନିଦେ୍ର୍ଦଶକ ମଧ୍ୟ ସୁଚନା ଦେଇଛନ୍ତି ଯେ ରାଜ୍ୟରେ ଟିକାକରଣ ଜାରି ରହିଛି । ଅନ୍ୟ ଦେଶରେ ସଂକ୍ରମଣ ବଢୁଥିବାରୁ ଟିକାକରଣ କୁ ତ୍ୱରାନ୍ୱିତ କରାଯାଉଛି ।ଏବେ ସୁଦ୍ଧା ୩ କୋଟି ୮୨ ଲକ୍ଷ ଡ଼ୋଜ୍ ଟିକାକରଣ ହୋଇସାରିଲାଣି ।୨ କୋଟି ୬୧ ଲକ୍ଷ ୧୮ ହଜାର ୭୦୪ ପ୍ରଥମ ଡ଼ୋଜ୍ ଦିଅସାରିଲାଣି । ସେହିପରି ୧ କୋଟି ୨୧ ଲକ୍ଷ ୪୦ ହଜାର ୮୨୩ ଲୋକ ଦ୍ୱୀତିୟ ଡ଼ୋଜ୍ ଡ଼ିକା ନେଇସାରିଲେଣି ।

gpkandhamal

ସେ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୪୬ ଲକ୍ଷ ଡ଼ୋଜ୍ ଟିକା ମହଜୁଦ୍ ଅଛି । ପ୍ରଥମ ଡ଼ୋଜ୍ ଟିକା ସମ୍ପୁର୍ଣ୍ଣ ହୋଇ ସାରିଲାଣି । ଯାହାଫଳରେ ଦ୍ୱିତୀୟ ଡ଼ୋଜ୍ ଟିକା ଉପରେ ଗୁରୁତ୍ୱ ଦିଆଯାଉଛି । ୟୁରୋପୀୟ ଦେଶ ମାନଙ୍କରେ କରୋନାର ଦ୍ୱିତିୟ ଡ଼ୋଜ୍ ଟିକା ନେବା ପରେ କରୋନା ହେଉଛି ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ । 

Umasankar Adv
Leave A Reply

Your email address will not be published.