ଆସୁଛି ଦୁଇଟି ଲଘୁଚାପ

ଭୁବନେଶ୍ୱର, ନଭେମ୍ବର ୬ : ନଭେମ୍ବର ମାସରେ ବି ରାଜ୍ୟରେ ଲଘୁଚାପଜନିତ ବର୍ଷା ହେବ । ଆସନ୍ତା ୧୧  ଓ୧୨ ତାରିଖରେ ଭୁବନେଶ୍ୱର ସମେତ ସମୁଦ୍ର ସଂଲଗ୍ନ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ । ପାଣଇପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି । ପ୍ରଫେସର ଡକ୍ଟର ପଶୁପାଳନ କହିଛନ୍ତି ସୁମାତ୍ରା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି ଘନୀଭୂତ ହେବ । ସେହିପରି ୯ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ । ୧୨ ଓ ୧୩ ତାରିଖରେ ଏହି ଘୂର୍ଣ୍ଣିବଳୟ ତାମିଲନାଡୁ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଛୁଇଁବ । ଦକ୍ଷିଣ ଆରବସାଗରରେ ବର୍ତ୍ତମାନ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଫଳରେ ବଙ୍ଗୋପସାଗରରେ ଲଘୁଚାପ ଅଧିକ ଘନୀଭୂତ ନ ହୋଇପାରେ । କିନ୍ତୁ ଚେନ୍ନାଇ, ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଛୁଇଁବ ।  ଏହାର ପ୍ରଭାବରେ ଭୁବନେଶ୍ୱର, ଗୋପାଳପୁର, ପୁର. ପାରାଦୀପ ଅନ୍ୟ ସମୁଦ୍ର ସଂଲଗ୍ନବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୧ ଓ ୧୨ ତାରିଖରେ ଏହି ବର୍ଷା ହେବ । ଭୁବନେଶ୍ୱର ଓ ଉପକୂଳ ଅଞ୍ଚଳରେ ୧୩ ତାରିଖ ଯାଏ ପାଗ କୋହଲା ରହିବା ସହ କୁହୁଡି ହେବ । ସେପଟେ ଉପକୂଳ ଜିଲ୍ଲାକୁ ଲାଗିଥିବା ଜିଲ୍ଲାରେ ପାଗ ମେଘୁଆ ରହିବା ସହ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ । 

gpkandhamal

ରାଜ୍ୟର ୧୦ ତାରିଖ ଯାଏ ପାଗ ଖରାଟିଆ ରହିବ । ଭୁବନେଶ୍ୱର ଓ ଉପକୂଳ ଜିଲ୍ଲାରେ ୬ ଓ ୭ ତାରିଖରେ ପାରଦ ୨ ଡିଗ୍ରୀ ହେବ କମିବ । କନ୍ଧମାଳ ଓ ଦକ୍ଷିଣ ପଶ୍ଚିମ ଓଡିଶାରେ ୧୦ ତାରିଖ ସୁଦ୍ଧା ପ୍ରାୟ ୩ ଡିଗ୍ରୀ ପାରଦ କମିବ । ୧୧ ତାରିଖରୁ ପୁଣଇ ରାତ୍ରି ତାପମାତ୍ରା ବଢିବ ବୋଲି ସେ କହିଛନ୍ତି । ୧୪ ତାରିଖ ବେଳକୁ ଥାଇଲାଣ୍ଡ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଦକ୍ଷିଣ ପୂର୍ବ ବଙ୍ଗୋପସାଗର ମୁହାଁଇବ । ପରେ ଏହାର ଗତିପଥ ଉତ୍ତର ପଶ୍ଚିମ ଦିଗରେ ଦକ୍ଷିଣ ଉପକୂଳକୁ ମୁହାଁଇବ ।

Umasankar Adv
Leave A Reply

Your email address will not be published.