ବିଜେପି ପକ୍ଷରୁ ୮ ଘଣ୍ଟିଆ ଝାରସୁଗୁଡା ବନ୍ଦ

ଝାରସୁଗୁଡା, ନଭେମ୍ବର ୬ : ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଥମିବାର ନା ଧରୁନି ତାତି । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ସିବିଆଇ ତଦନ୍ତ ପାଇଁ ଦାବି ହେଉଛି । ଏନେଇ ଆଜି ବିଜେପି ପକ୍ଷରୁ ୮ ଘଣ୍ଟିଆ ଝାରସୁଗୁଡା ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଦିନ ୨ଟା ଯାଏ ଏହି ବନ୍ଦ ପାଳନ କରାଯିବ ।  ଝାରସୁଗୁଡା ଜିଲ୍ଲାର ୩ ପୌରାଞ୍ଚଳ ଓ ୫ଟି ବ୍ଲକର ସମସ୍ତ ଦୋକାନ ବଜାର, ଶିକ୍ଷା ଅନୁଷ୍ଠାନ, ବ୍ୟବସାୟିକ ଅନୁଷ୍ଠାନ, ଶିଳ୍ପ ସଂସ୍ଥା ବନ୍ଦ କରାଯାଇଛି । ଦଳୀୟ କର୍ମୀ ରାଜପଥ ଅବରୋଧ କରି ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି । କେବଳ ଜରୁରୀସେବା ଅର୍ଥାତ କ୍ଷୀର, ଔଷଧ ଓ ଖବରକାଗଜ ଗାଡିକୁ ଏଥିରୁ ବାଦ୍ ଦିଆଯାଇଛି । ଝାରସୁଗୁଡା ବନ୍ଦ ଯୋଗୁଁ ବଜ୍ରରାଜନଗର, ବେଲପାହାଡ ସହରର ଦୋକାନ ବଜାର ବନ୍ଦ ରହିଛି । 

gpkandhamal

ଏଥିସହ ସ୍କୁଲକଲେଜ ବନ୍ଦ ରହିଥିବା ବେଳେ ସକାଳ ୧୦ଟା ପରେ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ, ବୀମାସେବାକୁ ବନ୍ଦ କରାଇବାକୁ ବିଜେପି ପକ୍ଷରୁ ପିକେଟିଂ କରାଯାଉଛି । ବନ୍ଦ ଯୋଗୁଁ ଯାନବାହାନ ଚଳାଚଳ ବନ୍ଦ ରହିଛି । କର୍ମୀମାନେ ଝାରସୁଗୁଡା ସହରର ବସଷ୍ଟାଣ୍ଡ, ଷ୍ଟେସନ ଛକ, ବଡମାଲ, ପ୍ରସନ୍ନ ପଣ୍ଡା ଛକ, ବେହେରାମାଲ ସହ ୧୨ଟି ସ୍ଥାନରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରି ବସିଛନ୍ତି । 

Umasankar Adv
Leave A Reply

Your email address will not be published.