ସିଆରପିଏଫ୍ ଯବାନଙ୍କ ଗୁଳିରେ ପ୍ରାଣ ହରାଇଲେ ୪ଜଣ ଯବାନ

ମାଲକାନଗିରି,ନଭେମ୍ବର ୦8 : ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ସିଆରପିଏଫ୍ ଯବାନଙ୍କ ଗୁଳିରେ ଚାରି ଜଣ ସାଥୀ ଯବାନ ପ୍ରାଣ ହରାଇଛନ୍ତିଏବଂ ତିନି ଜଣ ଗୁରୁତର ଅଛନ୍ତି। ମୃତ ଯବାନମାନେ ହେଲେ କନେଷ୍ଟବଳ ଧାନଜୀ, ରାଜୀବ ମଣ୍ଡଳ, ରାଜମଣି କୁମାର ୟାଦଭ, ଧର୍ମେନ୍ଦ୍ର କୁମାର।  ଗୁରୁତର ଆହତ ଯବାନମାନେ ହେଲେ ଧନଞ୍ଜୟ କୁମାର, ଧର୍ମାତ୍ମା କୁମାର, ମଳୟ ରଞ୍ଜନ ମହାରଣା। ଗୁଳି ଚାଳନା କରିଥିବା ଯବାନ ହେଲେ ରିତେଶ ରଞ୍ଜନ। ସିଆରପିଏଫ୍ ଯବାନ ଜଣକ କାହିଁକି ନିଜ ବନ୍ଧୁକରୁ ଏହିପରି ଗୁଳି ଚାଳନା କଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି । 

gpkandhamal

ସୂଚନା ଅନୁସାରେ, ଲିଙ୍ଗନପାଲି ଥାନା ଅନ୍ତର୍ଗତ ମରଇଗୁଡ଼ା ସିଆରପିଏଫ କ୍ୟାମ୍ପରେ ଜଣେ ସିଆରପିଏଫ୍ ଯବାନଙ୍କ ଗୁଳି ଚାଳନାରେ ଚାରି ଜଣ ସାଥୀ ଯବାନ ପ୍ରାଣ ହରାଇଛନ୍ତି। ଅନ୍ୟ ତିନିଜଣ ଆହତ ଯବାନ ଏବେ ତେଲେଙ୍ଗାନାର ଭଦ୍ରଚଲାମ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ୪ଜଣ ଆହତ ଯବାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ପ୍ରାଣ ହରାଇଛନ୍ତି।

Umasankar Adv
Leave A Reply

Your email address will not be published.