କୁଶଭଦ୍ରା ନଦୀରେ ବୁଡ଼ି ବିଟେକ ଛାତ୍ରଙ୍କ ମୃତ୍ୟୁ

ଗୋପ ,ନଭେମ୍ବର ୦8 : ପୁରୀ ଜିଲ୍ଲା ଗୋପ ବ୍ଲକ ବଣିଆସାହି ନିକଟ କୁଶଭଦ୍ରା ନଦୀରେ ବୁଡ଼ି ଜଣେ ବିଟେକ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଉଛନ୍ତି ଜଗତସିଂହପୁର ଅଞ୍ଚଳର ବାପି ଦାସ । ପାଣିରେ ବୁଡି ମୃତ୍ୟୁ ଘଟଣା ନେଇ ଗୋପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଶବ ଜବତ କରି ତଦନ୍ତ ଚଳାଇଛନ୍ତି । ସୁଚନା ଅନୁସାରେ ଆଜି ଭୋର ୬ ଟା ସମୟରେ ବାପି ଓ ତାଙ୍କର କେତୋଟି ସାଙ୍ଗ କୁଶଭଦ୍ରା ନଦୀକୁ ଗାଧେଇ ଯାଇଥିଲେ । ସେଠାରେ କିନ୍ତୁ ଯୁବକ ଜଣଙ୍କ ଅଥଳ ନଦୀ ଜଳକୁ ଯାଇ ବୁଡି ଯାଇଥିଲେ ।

gpkandhamal

ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ଦୀର୍ଘ ୧ ଘଣ୍ଟା ଧରି ପାଣି ଭିତରେ ଖୋଜି ମଧ୍ୟ ପାଇ ନଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜାଖୋଜି ପରେ ମୃତ ଦେହ ଉଦ୍ଧାର ହୋଇଥିଲା । ପାଣି ଭିତରୁ ନିଖୋଜ ବାପି ଦାସକୁ ଉନ୍ଧାର କରି ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣାଯିବା ପରେ ତାଙ୍କୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Umasankar Adv
Leave A Reply

Your email address will not be published.