ଟି-୨୦ରେ ଶେଷଥର ପାଇଁ ଆଜି ଅଧିନାୟକ ଭାବେ ଖେଳିବେ ବିରାଟ କୋହଲି

ନୂଆଦିଲ୍ଲୀ, ନଭେମ୍ବର ୦୮ : ଟି-୨୦ ପୁରୁଷ ବିଶ୍ବକପ୍‌ରେ ରବିବାର ଆଫଗାନିସ୍ତାନକୁ ନ୍ୟୁାଜିଲାଣ୍ଡ ପରାସ୍ତ କରିବା ପରେ ଭାରତର ଯାତ୍ରା ଶେଷ ହୋଇଯାଇଛି। ଆଜି ଔପଚାରିକ ଭାବେ ନାମିବ୍ୟା ସହିତ ଭାରତ ମ୍ୟାଚ ଖେଳିବ। ତେବେ ଏହି ମ୍ୟାଚ ସହିତ ବିରାଟ କୋହଲିଙ୍କ ଟି-୨୦ ଅଧିନାୟକ କ୍ୟାରିୟର ଶେଷ ହୋଇଯିବ। କାରଣ ପୂର୍ବରୁ କୋହଲି ଟି-୨୦ରୁ ବିଦାୟ ନେବା ନେଇ ଘୋଷଣା କରିସାରିଛନ୍ତି। 

gpkandhamal

ତେବେ ୨୦୨୩ ଦିନିକିଆ ବିଶ୍ବକପକୁ ନଜର ରଖି ବିସିସିଆଇକୁ ଟିମ ଇଣ୍ଡିଆ ପାଇଁ ନୂଆ ଅଧିନାୟକ ଦରକାର, ଯିଏକି ବିଶ୍ବକପ ଆଣିପାରିବେ। ୨୦୨୩ ବିଶ୍ବକପ ପର୍ଯ୍ୟନ୍ତ ବିରାଟ କୋହଲିଙ୍କ ବୟସ ୩୪-୩୫ ହୋଇଯିବ। ସୂଚନାଯୋଗ୍ୟ ଯେ ଭାରତୀୟ ଟିମରେ ଏଭଳି ୪ ଜଣ ଖେଳାଳି ଅଛନ୍ତି, ଯେଉଁମାନେ କି ଟିମ ଇଣ୍ଡିଆର ଅଧିନାୟକ ହୋଇପାରିବେ। ଏମାନେ ହେଲେ ରୋହିତ ଶର୍ମା, ଋଷଭ ପନ୍ତ, କେଏଲ୍‌ ରାହୁଲ ଓ ଶ୍ରେୟସ ଆୟର। ତେବେ ଦେଖିବାକୁ ରହିଲା ଯେ, ବିସିସିଆଇ କାହା ହାତରେ ଏହି ଗୁରୁ ଦାୟିତ୍ବ ଦେଉଛି। 

Umasankar Adv
Leave A Reply

Your email address will not be published.