ପ୍ରଖ୍ୟାତ କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ

ଭୁବନେଶ୍ୱର ,ନଭେମ୍ବର ୦8 : ଆଜି ସକାଳୁ ଲୋକପ୍ରିୟ ବ୍ୟଙ୍ଗ ଚିତ୍ରକର କିଶୋର ରଥଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । ସୋମବାର ସକାଳ ସମୟରେ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଛି ।  ଏନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । କିଶୋର ରଥ ରାଜ୍ୟର ବେଶ୍ ଜଣାଶୁଣା କାର୍ଟୁନିଷ୍ଟ ଭାବେ ପରିଚିତ ଥିଲେ । କିଶୋର ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । 

gpkandhamal

ଅମର ଆତ୍ମାର ସଦ୍‌ଗତି କାମନା ସହ ପରିବାରକୁ ଗଭୀର ସମବେଦନା ଉପସ୍ଥାପନର ନିଜସ୍ବ ସ୍ବତନ୍ତ୍ର ଶୈଳୀ ପାଇଁ କିଶୋର ସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ।

Umasankar Adv
Leave A Reply

Your email address will not be published.