ବିମୁଦ୍ରୀକରଣକୁ ପୂରିଲା ୫ ବର୍ଷ

ନୂଆଦିଲ୍ଲୀ, ନଭେମ୍ବର ୦୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ବାରା ବିମୁଦ୍ରୀକରଣ ଘୋଷଣା ହେବାକୁ ୫ ବର୍ଷ ପୂରିଛି। ପ୍ରଧାନମନ୍ତ୍ରୀ ମୋଦୀ ୨୦୧୬ ନଭେମ୍ବର ୮ରେ ବିମୁଦ୍ରାକରଣ ନେଇ ଘୋଷଣା କରିଥିଲେ। ଏହା ପରେ ସେହିଦିନ ମଧ୍ୟ ରାତ୍ରୀରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବାହାର କରିଦିଆଯାଇଥିଲା। ତେବେ ବର୍ତ୍ତମାନ ସମୟରେ ଦେଶରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ ବହୁତ ପରିବର୍ତ୍ତନ ହୋଇଛି। ଡିଜିଟାଲ ପେମେଣ୍ଟ ଲୋକଙ୍କର ପ୍ରତ୍ୟେକ କାର୍ଯ୍ୟରେ ସୁବିଧା ହେଉଛି।  ବିମୁଦ୍ରୀକରଣରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବନ୍ଦ କରିଦିଆଯାଇଥିଲା। ଏହାର କିଛି ଦିନ ପରେ ୫୦୦ ଓ ୨୦୦୦ ଟଙ୍କିଆ ନୋଟ ସରକାର ଜାରି କରିଥିଲେ। ପରେ ୨୦୦ ଟଙ୍କିଆ ନୋଟ ମଧ୍ୟ ବାହାରିଥିଲା। ନୋଟବନ୍ଦୀ ପରେ ଦେଶରେ ଅନେକ ଚର୍ଚ୍ଚା ହେଲା। ଲୋକେ ପୁରୁଣା ଟଙ୍କା ଜମା କରି ନୂଆ ଟଙ୍କା ନେବା‌ ପାଇଁ ଲାଇନ ଲଗାଇଥିଲେ। କୁହାଯାଉଥିଲା ଯେ, ଏହା ଦ୍ବାରା କଳାଧନର ଯୁଗ ଶେଷ ହେବ ଓ ନଗଦୀ କାରବାର କମ ହେବ।  ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ବିମୁଦ୍ରୀକରଣ ପୂର୍ବରୁ ୨୦୧୬ ନଭେମ୍ବର ୪ ତାରିଖରେ ଦେଶରେ ପ୍ରଚଳିତ ନୋଟ ୧୭.୭୪ ଲକ୍ଷ କୋଟି ଟଙ୍କା ଥିଲା। କିନ୍ତୁ ଏହା ବଢ଼ି ୨୦୨୧ ଅକ୍ଟୋବର ୨୯ ଯାଏଁ ୨୯.୧୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଅର୍ଥାତ ବିମୁଦ୍ରୀକରଣ ପରେ ବି ନୋଟ ସାର୍କ୍ୟୁଲେଶନ ପାଖାପାଖି ୬୪ ପ୍ରତିଶତ ବୃଦ୍ଧି ଘଟିଛି। ବିଗତ ଏକ ବର୍ଷ ମଧ୍ୟରେ ଏହା ୮.୫ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୦ ଅକ୍ଟୋବର ୩୦ରେ ୨୬.୮୮ ଲକ୍ଷ କୋଟି ଟଙ୍କା ଥିଲା।

gpkandhamal

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦେଶରେ ଡିଜିଟାଲ ନେଣ-ଦେଣ ମଧ୍ୟ ବଢ଼ିଛି। କ୍ରେଡିଟ-ଡେବିଟ କାର୍ଡ, ନେଟ ବ୍ୟାଙ୍କିଙ୍ଗ, ୟନିଫାଇଡ ପେମେଣ୍ଟ ଇଣ୍ଟରଫୋନ ସବୁ ମାଧ୍ୟମରେ ଡିଜିଟାଲ ପେମେଣ୍ଟ ବଢ଼ିଛି। ୨୦୧୬ରେ ମଧ୍ୟ ୟୁପିଆଇ ଆରମ୍ଭ ହୋଇଥିଲା। ୨୦୨୧ ଅକ୍ଟୋବରରେ ପାଖାପାଖି ୭.୭୧ ଲକ୍ଷ କୋଟି ଟଙ୍କା ନେଣ-ଦେଣ ହୋଇଥିଲା। ଚଳିତ ମାସରେ ୪୨୧ କୋଟି ଟଙ୍କା ନେଣ-ଦେଣ ହୋଇସାରିଛି। 

Umasankar Adv
Leave A Reply

Your email address will not be published.