ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ପୁଣି ଅବହେଳା

ଇସଲାମାବାଦ, ନଭେମ୍ବର ୦୯ : ପାକିସ୍ତାନରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ସରକାର ଆଡ଼ ଅଖିରେ ଦେଖୁଛନ୍ତି। ଏଠାରେ ରାଜଧାନୀ ଉନ୍ନୟନ କର୍ତ୍ତୃପକ୍ଷ (CDA) ଇସଲାମାବାଦରେ ଏକ ମନ୍ଦିର ନିର୍ମାଣ ପାଇଁ ଜମିର ଆବଣ୍ଟନକୁ ବାତିଲ କରିଦେଇଛନ୍ତି। ନାଗରିକ ନିକାୟର ଓକିଲ ଜାଭେଦ ଇକବାଲ ସୋମବାର ଇସଲାମାବାଦ ହାଇକୋର୍ଟଙ୍କୁ କହିଛନ୍ତି ଯେ, କ୍ୟାବିନେଟ ତରଫରୁ ରାଜଧାନୀର ଗ୍ରୀନ ବେଲ୍ଟରେ ନୂଆ ଭବନର ନିର୍ମାଣ ଉପରେ କଟକଣା ଲଗାଇବା ପରେ ଭୂମିର ଆବଣ୍ଟନକୁ ରଦ୍ଦ କରିଦେଇଛନ୍ତି। 

ଏହା ପୂର୍ବରୁ ସିଡିଏ ସଂଖ୍ୟାଲଘୁ ସଂପ୍ରଦାୟର ସୁବିଧା ପାଇଁ ସେକ୍ଟର ଏଚ୍‌-୯/୨ରେ ମନ୍ଦିର ନିର୍ମାଣ ପାଇଁ ଜମି ଆବଣ୍ଟନ କରିଥିଲେ। ରିପୋର୍ଟରେ କୁହାଯାଇଛି ଯେ, ସ୍ଥଳରେ ଏକ ମନ୍ଦିର, ସାଂପ୍ରଦାୟିକ କେନ୍ଦ୍ର ଓ ସ୍ମଶାନ ଭୂମିର ନିର୍ମାଣ କରାଯିବାର ଥିଲା। ଗତବର୍ଷ ଜୁଲାଇ ମାସରେ ଶୁଣାଣି ସମୟରେ ସିଡିଏର ଅର୍ବାନ ପ୍ଲାନିଙ୍ଗ ନିର୍ଦ୍ଦେଶକ ବେଞ୍ଚକୁ କହିଥିଲେ ଯେ, ପ୍ଲଟ ଆବଣ୍ଟନ ପ୍ରକ୍ରିୟା ୨୦୧୬ରେ ହୋଇଥିଲା। 

Umasankar Adv
Leave A Reply

Your email address will not be published.