ତାମିଲନାଡୁରେ ବର୍ଷା: ୪ ଜଣଙ୍କ ମୃତ୍ୟୁ

ଚେନ୍ନାଇ, ନଭେମ୍ବର ୦୮ : ତାମିଲନାଡୁରେ ବିଗତ କିଛି ଦିନ ହେବ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ମଙ୍ଗଳବାର ରାଜ୍ୟର ୧୪ଟି ଜିଲ୍ଲାରେ ସ୍କୁଲ-କଲେଜ ବନ୍ଦ ରଖାଯାଇଛି। 

gpkandhamal

ରାଜଧାନୀ ଚେନ୍ନାଇ ସମେତ ତାମିଲନାଡୁରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳାର୍ଣ୍ଣବ ହୋଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଚେନ୍ନାଇ, ତିରୁଭଲ୍ଲୁର କାଞ୍ଚିପୁରମ୍‌, ଚେଙ୍ଗଲାପାଟ୍ଟୁ, ଭିଲ୍ଲୀପୁରମ, ମାଇଳାଡୁଦୁରାଇ, ତିରୁନେଲଭେଳି, ଥେଙ୍କାଶି, ରାମନାଥପୁରମ, ନାଗପାଟିନମ, ଭିରୁଧୁନଗର, କୁଡାଲୋର, ଶିବଗଙ୍ଗାଇ ଓ ମଦୁରାଇ ଜିଲ୍ଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଶନିବାର ରାତି ଚେନ୍ନାଇରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିଲା। ୨୦୧୫ ପରେ ଏହା ଥିଲା ସର୍ବାଧିକ ବର୍ଷା। ଶନିବାର ରାତି ସାଢ଼େ ୮ଟାରୁ ରବିବାର ସକାଳ ୫ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଥିଲା। ଶତାଧିକ ଘର ଭିତରକୁ ବର୍ଷା ଜଳ ପ୍ରବେଶ କରିଥିଲା। ସରକାର ଓ ସ୍ଥାନୀୟ ପ୍ରଶାସନ ସମ୍ଭାବିତ ବନ୍ୟା ଉପରେ ନଜର ରଖିଚନ୍ତି।

Umasankar Adv
Leave A Reply

Your email address will not be published.