ରାଜ୍ୟରେ କମୁଛି କରୋନା ଗ୍ରାଫ୍‌

ଭୁବନେଶ୍ୱର, ନଭେମ୍ବର ୧୧ : ରାଜ୍ୟରେ ଗତ କିଛି ଦିନ ବ୍ୟବଧାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ୨୭୧ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୩୭୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ଆଜି ମୃତକଙ୍କ ମଧ୍ୟରୁ ୨ ଜିଲ୍ଲାରୁ ୨ ଜଣଙ୍କ ମୁଣ୍ଡ ନେଇଛି କରୋନା ।  ଖୋର୍ଦ୍ଧା ଓ ଭଦ୍ରକରୁ ଜଣେ ଲେଖାଏଁ ରହିଛନ୍ତି । 

gpkandhamal

ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୪୬୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୯୩୨ଟି ଆକ୍ଟିଭ୍ କେସ ରହିଥିବା ବେଳେ ୧୦୩୩୩୪୪ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୨୬୫୦୭୧୦ ସାମ୍ପୁଲ ଟେଷ୍ଟ୍ ହୋଇଛି । 

Umasankar Adv
Leave A Reply

Your email address will not be published.