ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡିଶାର ଅନେକ ଅଞ୍ଚଳରେ ଆଜିଠାରୁ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର, ନଭେମ୍ବର ୧୧ : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡିଶାର ଅନେକ ଅଞ୍ଚଳରେ ଆଜିଠାରୁ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ ଦକ୍ଷିଣ ଆଭ୍ୟନ୍ତରୀଣ ତଥା ଉପକୂଳବର୍ତ୍ତୀ ଅଞ୍ଚଳରେ ମେଘୁଆ ପାଗ ପ୍ରବଳ ହେବ ଏବଂ ଆଜିଠାରୁ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ହାଲୁକା ରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ରାତିର ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ସେଲସିୟସ ବୃଦ୍ଧି ହେବାର ସମ୍ଭାବନା ଅଛି । ଗତ ଛଅ ଘଣ୍ଟା ମଧ୍ୟରେ ୨୧ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିଥିଲା ଏବଂ ନଭେମ୍ବର ୧୧ ରେ ସକାଳ ୫.୩୦ ରେ ନିକଟ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଅବସ୍ଥିତ। ଚେନ୍ନାଇର ପ୍ରାୟ ୧୭୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ ଏବଂ ପୁଡୁଚେରୀର ୧୭୦ କିଲୋମିଟର ପୂର୍ବରେ ୮୧.୪ ଅବସ୍ତିତ ରହିଛି । ନଭେମ୍ବର ୧୧ ସନ୍ଧ୍ୟା ସୁଦ୍ଧା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଯାଇ ଉତ୍ତର ତାମିଲନାଡୁ ଏବଂ ଚେନ୍ନାଇର ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଏହା ଜାରି ରଖିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି।

gpkandhamal

ଘୁର୍ଣ୍ଣିବଳୟଟି ଏବେ ଚେନ୍ନାଇର ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପ୍ରାୟ ୧୪୦ କିଲୋମିଟର ଦୂରରେ ଅବସ୍ଥିତ ଏବଂ ଆଜି ସନ୍ଧ୍ୟା ସୁଦ୍ଧା ଚେନ୍ନାଇର ଉତ୍ତର ଟିଏନ୍-ଦକ୍ଷିଣ ଆନ୍ଧ୍ରପ୍ରଦେଶ ମଧ୍ୟରେ ଅତିକ୍ରମ କରିବାକୁ ଚେନ୍ନାଇ କହିଛି। ଏହାର ପ୍ରଭାବରେ ପ୍ରବଳ ପବନ ପ୍ରବାହିତ ହୋଇପାରେ ଏବଂ ୬ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Umasankar Adv
Leave A Reply

Your email address will not be published.