ସାମୁହିକ ଲଣ୍ଡା ହେଲେ କଂଗ୍ରେସ କର୍ମୀ

କଳାହାଣ୍ଡି, ନଭେମ୍ବର ୧୨ : ମମିତାକୁ ନ୍ୟାୟ ଦାବି କରି ଆଜି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ହରତାଳ ଡାକରା ଦିଆଯାଇଛୀ । ଏହି ସମୟରେ କେଉଁଠି କଂଗ୍ରେସ କର୍ମୀ ଚକୋଲେଟ ବଣ୍ଟନ କରି ମମିତାଙ୍କୁ ନ୍ୟାୟ ଦାବି ପାଇଁ ସଚେତନ କରୁଛନ୍ତି । ତେବେ ଏହି ଅବସରରେ କାର‌୍ୟ୍ୟକର୍ତ୍ତାମାନେ ଆଜି ନବରଙ୍ଗପୁର ଜିଲ୍ଲାର ରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିସ୍କାର ଦାବି କରି କିଛୀ କଂଗ୍ରେଶ କର୍ମୀ ମିଳିତ ଲଣ୍ଡା ହୋଇଛନ୍ତି । ମମିତା ମେହେର ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ନେଇ ମନ୍ତ୍ରୀଙ୍କୁ ହଟାଇବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବାକୁ ପ୍ରଦର୍ଶନ କରି ଚାନ୍ଦାଣ୍ଡି ବ୍ଲକର ପିସିସି ସଚିବ ଖେମରଜ ବାଗଙ୍କ ନେତୃତ୍ୱରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଏକ ଟିମ୍ ଲଣ୍ଡା ହୋଇ ମୃତ ଶିକ୍ଷକଙ୍କ ପାଇଁ ନ୍ୟାୟ ଦାବି କରିଥିଲେ। । ବିକ୍ଷୋଭକାରୀମାନେ ସକାଳୁ ଏହି ଅଞ୍ଚଳର ଦୋକାନ ବନ୍ଦ କରିବାକୁ ଏବଂ ମନ୍ତ୍ରୀଙ୍କ ବିରୋଧରେ ରାଜ୍ୟବ୍ୟାପୀ ହାର୍ଟଲକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ। ଆଜି କଂଗ୍ରେସ ଦଳ ଡାକରା ଦେଇଥିବାବେଳେ ଗତକାଲି ଓଡିଶା ହାଇକୋର୍ଟଙ୍କ ରାୟ ଏହି ବନ୍ଦ ପାଳନକୁ ଫିକା ପକାଇଦେଇଛି । ତେବେ କଂଗ୍ରେସ ପକ୍ଷରୁ ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ବହୁ ସଂଖ୍ୟାରେ ଆନ୍ଦୋଳନ କରି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

gpkandhamal

କଳାହାଣ୍ଡି ସନସାଇନ୍ ସ୍କୁଲ୍‌ର ଶୀକ୍ଷୟିତ୍ରୀ ମମିତା ମେହେରଙ୍କ ମୃତ୍ୟୁ ରହସ୍ୟମୟ ହୋଇପଡିଛି। ତେବେ ମନ୍ତ୍ରୀଙ୍କୁ ରକ୍ଷା କରିବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି ବୋଲି ବିରୋଧୀ ବାରମ୍ବାର ଅଭିଯୋଗ କରୁଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଭବାନିପାଟଣା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଗୋଟିଏ ମଞ୍ଚରେ ମନ୍ତ୍ରୀ ଦେଖା ଦେଇଥିଲେ । ଏହା ପରଠାରୁ ମୁଖୟମନ୍ତ୍ରୀ ନିଜେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେଉଥିବା ବିରୋଧୀ ଦାବି କରିଆସୁଛନ୍ତି ।

Umasankar Adv
Leave A Reply

Your email address will not be published.