ବଢିନି ସଂକ୍ରମଣ, ହେଲେ ସତର୍କ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ୱର, ନଭେମ୍ବର ୧୨ : ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୬୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ କରୋନା ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଅନ୍ୟ ଦେଶରେ ସଂକ୍ରମଣ ବୃଦ୍ଧି ମାମଲା ବୃଦ୍ଧି ହେଉଛି । ଆମ ଦେଶରେ ଯେହେତୁ ସଂକ୍ରମଣ ବୃଦ୍ଧି ହୋଇନି ତେଣୁ ଆମକୁ ସତର୍କ ରହିବାକୁ ପଡିବ ।  ଯେଉଁ ଅଲଗା ସ୍ଥାନରେ ସଂକ୍ରମଣ ହେଉଥିଲା ତାର ୩ରୁ ୪ ମାସ ପରେ ଆମ ଦେଶରେ ହୋଇଥିଲା । ସେଥିପାଇଁ ଏହି ସମୟ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ । ଜୁଲାଇ ମାସରୁ ଯେଉଁ ପ୍ଲାଟୋ ଷ୍ଟେଜରେ ରହିଆସିଛି ତାହା ଏବେ କମୁଛି । କିନ୍ତୁ କମ୍ ରେଟରେ କମୁଛି । ଆମେ କେବଳ ପଜିଟିଭ୍ ରୋଗୀ ଦେଖିବାନି କେତେ ସିରିୟସ ରୋଗୀଙ୍କୁ ଦେଖିକି ସ୍ଥିତି ତର୍ଜମା କରିବା । 

gpkandhamal

ସବୁ ଇମ୍ୟୁନାଇଜେସନର ପ୍ରାୟ ବୁଷ୍ଟର ଦେବାର ଦରକାର ଥାଏ । ଅନ୍ୟ ଯେଉଁବୁଷ୍ଟର ଦିଆଯାଉଛି ତାହା ବହୁ ପରୀକ୍ଷିତ ଅଟେ । ଯେହେତୁ କୋଭିଡ ଗୋଟେ ନୂଆ ଜିନିଷ ତେଣୁ ବର୍ତ୍ତମାନ ବୁଷ୍ଟର ଉପରେ ତର୍ଜମା ଚାଲିଛି ଏବଂ ଗବେଷଣା ବି ଚାଲିଛି । ତେବେ ବୃଷ୍ଟର ଦେବା ନେଇ ଟେକ୍ନିକାଲ ବଡି କହିବା ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । 

Umasankar Adv
Leave A Reply

Your email address will not be published.