ଆମର ଦାବୀ କନ୍ଧମାଳକୁ ରେଳ..

କନ୍ଧମାଳ/ନୂଆ ଦିଲ୍ଲୀ (ଵାପିସାନ) – କନ୍ଧମାଳରୁ ରାଜଧାନୀ ଦିଲ୍ଲୀ । ସାଧାରଣ ଜନତାଙ୍କ ପାଇଁ ବିପ୍ଲବର ସ୍ୱର । ଏହି ସ୍ୱର ନରମି ବନି କି ଥମିବନାହିଁ । ଗୋଟିଏ ଜିଦ ଆମ କନ୍ଧମାଳକୁ ସଂଯୋଗ ହେବ ରେଳ ଲାଇନ । ଉପକୃତ ହେବେ କନ୍ଧମାଳର ହଜାର ହଜାର ଜନତା । ସୃଷ୍ଟି ହେବ କନ୍ଧମାଳର ନୂଆ ଇତିହାସ ଆଉ ଯୋଡି ହେବ ଆଉ ଏକ ନୂଆ ଫର୍ଦ । ଏହା ହେଉଛି କନ୍ଧମାଳ ପିପୁଲ ଫୋରମ ସଭାପତି ରାଧାମୋହନ ମହାପାତ୍ରଙ୍କ କଥା । ତେବେ ସ୍ବାଧିନତାର ୭୪ ବର୍ଷ ବିତିଯାଇିଲେ ବି କନ୍ଧମାଳ ଜିଲ୍ଲା କୁ ରେଳ ସଂଯୋଗ ହୋଇପାରିନି। ଏହାକୁ ନେଇ କନ୍ଧମାଳ ପିପୂଲସ୍ ଫୋରମ୍ KPF ଗତଦୁଇବର୍ଷ ହେଲା ଲଗାତାର ଆନ୍ଦୋଳନ କରିଆସୁଛି। ବ୍ରହ୍ମପୁର ଠାରୁ ସମ୍ବଲପୁର ଭାୟା ଫୁଲବାଣୀ ରେଳ ପ୍ରକଳ୍ପ ଘୋଷଣା କରାଯାଇଛି ଏବଂ ଟୋକନ୍ ମନି ଏକ ଲକ୍ଷ ଟଙ୍କା କେନ୍ଦ୍ର ସରକାର ବଜେଟ୍ ରେ ଦେଇଛନ୍ତି। ହେଲେ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହେଉନି ସେଥିପାଇଁ ଯଥା ଶୀଘ୍ର କନ୍ଧମାଳ ଜିଲ୍ଲା କୁ ରେଳ ସଂଯୋଗ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ଆଜି କନ୍ଧମାଳ ପିପୁଲସ୍ ଫୋରମ୍ KPF ପକ୍ଷରୁ ସଭାପତି ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ଦିଲ୍ଲୀ ଯାଇ ରେଳମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ରେଳ ସଂଯୋଗ କାର୍ଯ୍ୟ ଆରମ୍ଭ କରି କନ୍ଧମାଳ ବାସୀଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ଦାବି କରିଛନ୍ତି। ରେଳ ସଂଯୋଗ ହେଲେ କନ୍ଧମାଳ ଜିଲ୍ଲା ସହିତ ପାଖା ପାଖି ଜିଲ୍ଲା ଉପକୃତ ହେବେ ।

Leave A Reply

Your email address will not be published.