ପୂର୍ବରୁ ନଭେମ୍ବର ୨୦ରେ ପାଳନ ହେଉଥିଲା ଶିଶୁ ଦିବସ, ଜାଣନ୍ତୁ ପରେ ପୁଣି କାହିଁକି ବଦଳିଲା ତାରିଖ

ନୂଆଦିଲ୍ଲୀ, ନଭେମ୍ବର ୧୪ : ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନ ହେଉଛି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହରୁଙ୍କ ଜନ୍ମଦିନ। ଏହାକୁ ନେହରୁଙ୍କ ଜୟନ୍ତୀ ଭାବେ ପାଳନ କରାଯାଇଥାଏ। କିନ୍ତୁ ଶିଶୁ ଦିବସ ପଛରେ କିଛି ଗୁରୁତ୍ବପୂର୍ଣ୍ଣ କାରଣ ରହିଛି। ଶିଶୁ ଦିବସ ଅବସରରେ ପାଠ ପଢ଼ା ବଦଳରେ ଖେଳ ଓ ଅନ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ। 

୧୯୮୯ ନଭେମ୍ବର ୧୪ରେ ନେହରୁ ଜନ୍ମଗ୍ରହଣ କରିଥିଲେ। ନେହରୁ ଶିଶୁମାନଙ୍କୁ ବହୁତ ଭଲ ପାଉଥିଲେ। ଏଥି ପାଇଁ ନେହରୁଙ୍କୁ ପିଲାମାନେ ଚାଚା ନେହରୁ ବୋଲି ଡାକୁଥିଲେ। କୁହାଯାଇଥାଏ ଯେ, ଶିଶୁମାନଙ୍କର ଶିକ୍ଷା ଓ ଉନ୍ନତ ଜୀବନ ପାଇଁ ନେହରୁ ସବୁବେଳେ ସ୍ବର ଉଠାଉଥିଲେ। ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ, ଭାରତୀୟ ପରିଚାଳନାଭିତ୍ତିକ ସଂସ୍ଥାନ ଭଳି ଶିକ୍ଷାନୁଷ୍ଠାନକୁ ଜୱାହରଲାଲ ନେହରୁ ପ୍ରତିଷ୍ଠା କରିଥିଲେ। ଚାଚା ନେହରୁଙ୍କ କହିବାର ହେଲା ଯେ, ଆଜିର ଶିଶୁ ଆଗାମୀ କାଲିର ଭାରତ ନିର୍ମାଣ କରିବ। ଏହା ଦ୍ବାରା ଦେଶର ଭବିଷ୍ୟତ ନିର୍ଦ୍ଧାରିତ ହେବ। 

Umasankar Adv
gpkandhamal

ବହୁତ କମ ଲୋକ ଜାଣନ୍ତି ଯେ, ଶିଶୁ ଦିବସ ନଭେମ୍ବର ୧୪ରେ ନୁହେଁ, ବରଂ ଏହା ନଭେମ୍ବର ୨୦ରେ ପାଳନ କରାଯାଉଥିଲା। ଏହି ଦିନକୁ ଶିଶୁଙ୍କର ଅଧିକାର ଏବଂ ତାଙ୍କର ଶିକ୍ଷା ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପାଳନ ହେଉଥିଲା। ଭାରତ ବ୍ୟତୀତ ଅନ୍ୟ ଦେଶରେ ମଧ୍ୟ ଭିନ୍ନ ଭିନ୍ନ ତାରିଖରେ ଶିଶୁ ଦିବସ ପାଳନ ହୋଇଥାଏ। ୧୯୬୪ ମସିହା ମ‌େ’ ମାସରେ ନେହରୁଙ୍କ ପରଲୋକ ହୋଇଥିଲା। ପୁଣି ନେହରୁଙ୍କ ଜନ୍ମଦିନ ମନେ ରଖିବା ପାଇଁ ନଭେମ୍ବର ୧୪ରେ ଶିଶୁ ଦିବସ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା‌।

୧୯୨୫ ମସିହା ଠାରୁ ଶିଶୁ ଦିବସ ପାଳନ କରାଯାଉଛି। ୧୯୫୩ ମସିହାରେ ବିଶ୍ବବ୍ୟାପୀ ଏହାକୁ ମାନ୍ୟତା ମିଳିଥିଲା। ସଂଯୁକ୍ତ ରାଷ୍ଟ୍ର ସଂଘ ନଭେମ୍ବର ୨୦ରେ ଶିଶୁ ଦିବସ ପାଳନ କରିବାକୁ ଘୋଷଣା କରିଛି। କିନ୍ତୁ ଅନ୍ୟ ଦେଶ ଗୁଡ଼ିକରେ ଭିନ୍ନ ଭିନ୍ନ ତାରିଖରେ ଶିଶୁ ଦିବସ ପାଳନ କରିଥାନ୍ତି। ଭାରତରେ ମଧ୍ୟ ପୂର୍ବରୁ ନଭେମ୍ବର ୨୦ ତାରିଖରେ ଶିଶୁ ଦିବସ ପାଳନ କରାଯାଉଥିଲା। 

Leave A Reply

Your email address will not be published.