ରାଜଧାନୀରେ ରକ୍ତ ଚରିତ୍ର ଭିଡିଓ ଭାଇରାଲ ଘଟଣା, ରାତିସାରା ୫ ଅଭିଯୁକ୍ତଙ୍କୁ ଜେରା

ଭୁବନେଶ୍ୱର, ନଭେମ୍ବର ୧୪: ରାଜଧାନୀରେ ରକ୍ତ ଚରିତ୍ର ଭିଡିଓ ଭାଇରାଲ ଘଟଣା । ରାତି ସାରା କେବିଏନ ଗ୍ରୁପର ୫ ଜଣ ଅଭିଯୁକ୍ତଙ୍କୁ ଜେରା କରିଛି ନୟାପଲ୍ଲୀ ଥାନା ପୋଲିସ । ସେହିପରି ମୁଖ୍ୟ ଅଭିଯୁକ୍ତ ବୁବୁ ଜେନାକୁ ପୋଲିସ ଖୋଜୁଛି । କେବିଏନ ଗ୍ରୁପର ସଦସ୍ୟ କେଉଁଠାରୁ ବନ୍ଧୁକ ଏବଂ ମାରଣାସ୍ତ୍ର ଆଣୁଥିଲେ ସେନେଇ ପୋଲିସ ପଚରାଉଚରା କରୁଛି । ସେପଟେ ବୁବୁ ଜେନା ନାଁରେ କେନ୍ଦ୍ରାପଡା ଅଞ୍ଚଳରେ ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି । ତେବେ ଗ୍ୟାଙ୍ଗର କିଛି ସଦସ୍ୟଙ୍କ ମଧ୍ୟ ଅପରାଧିକ ମାମଲାରେ ସମ୍ପୃକ୍ତି ରହିଥିବା ଜଣାପଡିଛି । ସେମାନେ ଏତେ ଟଙ୍କା କେଉଁଠୁ ଆଣୁଥିଲେ ସେନେଇ ମଧ୍ୟ ତନାଘନା କରୁଛି ପୋଲିସ । ସୂଚନା ଅନୁସାରେ, ଶନିବାର କମିଶନରେଟ ପୋଲିସ କେବିଏନ ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି । ପ୍ରଥମ ଦିନରେ ନୟାପଲ୍ଲୀ ଥାନାରେ ଏକାଧିକ ଏସଆଇ ଓ ଅନ୍ୟ କର୍ମଚାରୀ ମିଳିତ ଭାବେ ସମସ୍ତଙ୍କୁ ଜେରା କରିଛନ୍ତି । ସେହିପରି ଜେରା ବେଳେ ପୋଲିସ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି । ତେବେ କେବିଏନ ସଦସ୍ୟ ସଂଖ୍ୟା ୨୯ ନୁହେଁ ୩୫ ବୋଲି ଜଣାପଡିଛି । 

Leave A Reply

Your email address will not be published.