ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୯ ତାରିଖ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର, ନଭେମ୍ବର ୧୫: ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୯ ତାରିଖ ଯାଏ ବର୍ଷା ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି , ରବିବାର ଏହି ଲଘୁଚାପ ସାମାନ୍ୟ ପଶ୍ଚିମ – ଉତ୍ତର ଓ ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି । ଏହାସହିତ ଜଡ଼ିତ ଘୂଷ୍ଣିବଳୟ ୫.୮ କି.ମି. ପର୍ଯ୍ୟନ୍ତ ବ୍ୟାପିଛି । ଆସନ୍ତା ୨୪ ଘଣ୍ଟାରେ ଏହା ପଶ୍ଚିମ – ଉତ୍ତର ଓ ପଶ୍ଚିମ ଦିଗରେ ଗତି କରିବ ଏବଂ ଉତ୍ତର ଆଣ୍ଡାମାନ ସାଗର ଏବଂ ଦକ୍ଷିଣ – ପୂର୍ବ ଆଣ୍ଡାମାନ ସାଗରରେ ପହଞ୍ଚିଲା ବେଳକୁ ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ।  ତେବେ ୧୭ ତାରିଖବେଳକୁ ଏହା ପୂର୍ବ – କେନ୍ଦ୍ରୀୟ ବଙ୍ଗୋପସାଗର ଅତିକ୍ରମ କରି ଯେତେବେଳେ ପଶ୍ଚିମ – କେନ୍ଦ୍ର ବଙ୍ଗୋପସାଗରରେ ପହଞ୍ଚିବ , ସେତେବେଳେ ଏହା ଅବପାତର ରୂପ ନେବ । ୧୮ ତାରିଖରେ ଏହା ଆନ୍ଧ୍ର ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଥିବାବେଳେ ପ୍ରଭାବରେ ୧୭ ଓ ୧୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । 

Leave A Reply

Your email address will not be published.