ପୁଣି ଏକ ବିବାଦରେ ଫସିଲେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରା

ମୁମ୍ବାଇ,ନଭେମ୍ବର 17: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ବ୍ୟବସାୟୀ ରାଜ କୁନ୍ଦ୍ରା ପୁଣି ଆଉ ଏକ ସମସ୍ୟାରେ ଫସିଯାଇଛନ୍ତି । ତାଙ୍କ ବିରୋଧରେ ୧.୫୧ କୋଟି ଟଙ୍କା ଠକେଇ କରାଯାଇଥିବା ଅଭିଯୋଗ ହୋଇଛି । ଯାହାଫଳରେ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ।

ଏହି ଦମ୍ପତିଙ୍କ ବ୍ୟତୀତ ଫ୍ୟାଶନ ଟିଭିର ପରିଚାଳନା ନିର୍ଦ୍ଦେଶକ କାଶୀଫ ଖାନ ଏବଂ ଅନ୍ୟମାନଙ୍କ ବିରୋଧରେ ମଧ୍ୟ ଠକେଇ ଅଭିଯୋଗ ହୋଇଛି । ପୁଣେରେ ରହୁଥିବା ନିତିନ ବରାଇ ଏହି ତିନିଜଣଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି । 

Umasankar Adv
gpkandhamal

ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ ଏହି ଘଟଣା ଜୁଲାଇ ୨୦୧୪ ରେ ଘଟିଥିଲା । ରିପୋର୍ଟ ଅନୁଯାୟୀ, ଯୁବକଙ୍କ ଅଭିଯୋଗ ପରେ ପୋଲିସ ଆଇପିସିର ଧାରା ୪୨୦, ୫୦୬ ଏବଂ ଅନ୍ୟାନ୍ୟ ମାମଲା ରୁଜୁ କରିଛି ।

ଅଭିଯୋଗକାରୀ କହିଛନ୍ତି ଯେ ଏସଏଫଏଲ୍ ଫିଟନେସ୍ ଲିମିଟେଡ୍ ର ନିର୍ଦ୍ଦେଶକ କାଶିଫ୍ ଖାନ୍, ଶିଳ୍ପା ଶେଟ୍ଟୀ, ରାଜ କୁନ୍ଦ୍ରା ଏବଂ ଅନ୍ୟମାନେ ଏହି ଫିଟନେସ୍ ସେଣ୍ଟରରେ ଟଙ୍କା ବିନିଯୋଗ କରିବାକୁ କହିଥିଲେ ଏବଂ ଲାଭର ପ୍ରତିଶୃତି ମଧ୍ୟ ଦେଇଥିଲେ। ହେଲେ ସେ ଏହି ଟଙ୍କା ପରେ ମାଗିବା ପରେ , ସେତେବେଳେ ତାଙ୍କୁ ଧମକ ଦିଆଯାଇଥିଲା। ଯାହାଫଳରେ ଏହି ଘଟଣା କୁ କେନ୍ଦ୍ର କରି ତାଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.