ଲକ୍‌ଡାଉନ୍‌କୁ ନେଇ ସୁପ୍ରିମ୍‌କୋର୍ଟଙ୍କ ନିକଟରେ ପ୍ରସ୍ତାବ ରଖିବେ ଦିଲ୍ଳୀ ସରକାର

ନୂଆଦିଲ୍ଲୀ, ନଭେମ୍ବର ୧୫ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣରେ ଅବସ୍ଥା ସାମାନ୍ୟ ସୁଧୁରିଛି। ଏହାରି ମଧ୍ୟରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ସରକାର ଆଜି ସୁପ୍ରିମ୍‌କୋର୍ଟରେ ନିଜର ପ୍ରସ୍ତାବ ଦେବେ। ଏହି ପ୍ରସ୍ତାବରେ ଲକ୍‌ଡାଉନ୍‌ ଏବଂ ଏହାର ଶୈଳୀକୁ ନେଇ ତଥ୍ୟ ଦେବେ।  ସୁପ୍ରିମକୋର୍ଟ ଦ୍ବାରା ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ରାଜଧାନୀର ପ୍ରଦୂଷଣ ନିୟନ୍ତ୍ରିତ କରିବା ପାଇଁ କ’ଣ ସବୁ ପଦକ୍ଷେପ ନେଇଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ଏହି ପ୍ରଶ୍ନ ଯୋଗୁ ଦିଲ୍ଲୀ ସରକାର ଆଜି ଆହୁରି କିଛି ପଦକ୍ଷେପ ନେଇପାରନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀରେ ଚଳିତ ସପ୍ତାହ ପାଇଁ ସ୍କୁଲ ବନ୍ଦ କରିଦିଆଯାଇଛି ଏବଂ ଏଥି ସହିତ ସରକାରୀ କର୍ମଚାରୀଙ୍କୁ ଘରେ ଥାଇ କାମ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରଦୂଷଣ କାରଣରୁ କିଛି ଦିନ ହେବ ଦିଲ୍ଲୀବାସୀ ଅଣନିଃଶ୍ବାସୀ ହୋଇଯାଉଛନ୍ତି। ବାୟୁମଣ୍ଡଳରେ ବିଷ ଭରିଛି। ଦିଲ୍ଲୀରେ ରହିବାକୁ ହେଲେ ଘର ଭିତରେ ନିଜକୁ ବନ୍ଦ କରିବାକୁ ପଡ଼ିବ। ଯଦିଓ ଏହା ଶୁଣିବାକୁ ଖରାପ ଲାଗୁଛି, କିନ୍ତୁ ସତ। ପ୍ରଦୂଷଣ କାରଣରୁ ଦିଲ୍ଲୀରେ ଅବସ୍ଥା ବହୁତ ଖରାପ ସ୍ତରକୁ ଚାଲିଯାଇଛି।   

gpkandhamal

ପ୍ରଦୂଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜରୁରୀକାଳୀନ ବୈଠକ ଡାକିଥିଲେ। ଏହି ବୈଠକରେ ଡେପୁଟି ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ପରିବେଶ ମନ୍ତ୍ରୀ ଗୋପାଳ ରାୟ, ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀରେ ସୋମବାର ଠାରୁ ଏକ ସପ୍ତାହ ପାଇଁ ସ୍କୁଲ ଗୁଡ଼ିକ ବନ୍ଦ ରହିବ। ଏଥି ପାଇଁ ଅନ୍‌ଲାଇନ୍‌ କ୍ଲାସ ଜାରି ରହିବ। ସେହିଭଳି ୧୪ରୁ ୧୭ ନଭେମ୍ବର ପର୍ଯ୍ୟନ୍ତ ନିର୍ମାଣାଧୀନ କାମ ବନ୍ଦ ରଖାଯିବ। ସରକାରୀ କର୍ମଚାରୀ ଘରେ ଥାଇ କାମ କରିବେ। ଘରୋଇ କାର୍ଯ୍ୟାଳୟ ପାଇଁ ଗାଇଡଲାଇନ ଜାରି ହେବ। ଏଥି ସହିତ ଲକଡାଉନ ଲାଗୁ କରିବା ନଇେ ବିଚାର କରାଯିବ। 

Umasankar Adv
Leave A Reply

Your email address will not be published.