ସହିଦ୍‌ ବିର୍ସା ମୁଣ୍ଡା ଜୟନ୍ତୀ ଆଜି: ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, କରିବେ ମଧ୍ୟପ୍ରଦେଶ ଗସ୍ତ

ନୂଆଦିଲ୍ଲୀ, ନଭେମ୍ବର ୧୫ : ଆଜି ହେଉଛି ଆଦିବାସୀ ମାନଙ୍କର ଭଗବାନ ସହିଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି। ଟୁଇଟ୍‌ କରି ମୋଦୀ କହିଛନ୍ତି, ବିର୍ସା ମୁଣ୍ଡା ସ୍ବାଧୀନତା ସଂଗ୍ରାମରେ ଭାଗ ନେବା ସହିତ ଆଦିବାସୀ ସମାଜର କଲ୍ୟାଣ ପାଇଁ ସବୁବେଳେ ସଂଘର୍ଷ କରୁଥିଲେ। ଦେଶ ପାଇଁ ତାଙ୍କର ଯୋଗଦାନ ସବୁବେଳେ ମନେରହିବ। 

gpkandhamal

ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ କେନ୍ଦ୍ର ସରକାର ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ମଧ୍ୟପ୍ରଦେଶ ଗସ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀ ଭୋପାଳର ଜମ୍ବୁରୀ ପଡ଼ିଆରେ ଆୟୋଜିତ ଜନଜାତୀୟ ଗୌରବ ଦିମସ ମହାସମ୍ମିଳନୀରେ ଯୋଗଦେଇ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ରାସନ୍‌ ଆପ୍‌କେ ଗାଁରେ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ।  ପିଏମ୍‌ଓ ପକ୍ଷରୁ କୁହାଯାଇଛି ଯେ,ଏଣିକି ଜନଜାତି ସଂପ୍ରଦାୟର ଲୋକଙ୍କୁ ଏଣିକି ବହୁଦୂର ଅତିକ୍ରମ କରି ରାସନ ସାମଗ୍ରୀ ଆଣିବାକୁ ପଡ଼ିବ ନାହିଁ। ସରକାର ଜନଜାତି ସଂପ୍ରଦାୟର ଲୋକଙ୍କୁ ସେମାନଙ୍କର ଗାଁରେ ଏହି ସାମଗ୍ରୀ ଯୋଗାଇବେ।  ପ୍ରଧାନମନ୍ତ୍ରୀ ଆଜି ୫୦ଟି ଏକଲବ୍ୟ ଆଦର୍ଶ ଆବାସିକ ସ୍କୁଲ ପାଇଁ ଶିଳାନ୍ୟାସ କରିବେ। ଏହି ସ୍କୁଲ ଗୁଡ଼ିକ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ତ୍ରିପୁରା, ଦାଦ୍ରାନଗର ହାବେଳି ଓ ଦାମନ ଓ ଦିଉରେ ପ୍ରତିଷ୍ଠା ହେବ। କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର କୁମାର, ପ୍ରହ୍ଲାଦ ଏସ୍‌ ପଟେଲ, ଫଗନ ସିଂ କୁଲସ୍ତେ ଓ ଏଲ୍‌ ମୁରୁଗାନ ଉପସ୍ଥିତ ରହିବେ। 

Umasankar Adv
Leave A Reply

Your email address will not be published.